Latest Odisha News

BREAKING NEWS

ସଂସ୍ଥା ବନ୍ଦ ହୋଇଯିବା ଖବର ଏକ ଗୁଜବ: ବିଏସଏନଏଲ୍

ଭୁବନେଶ୍ୱର: ଏବେ ପ୍ରଚୁର କ୍ଷତିରେ ଚାଲିଥିବା ଦେଶର ସର୍ବ ବୃହତ ଟେଲିକମ୍ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ) ବନ୍ଦ ହୋଇଯିବା ନେଇ ଗଣମାଧ୍ୟମରେ କିଛି ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଏହା ଏକ ଗୁଜବ ବୋଲି ବିଏସଏନଏଲ କହିଛି ।

ବିଏସଏନଏଲର ବରିଷ୍ଠ ପଦାଧିକାରୀ ତଥା ଓଡ଼ିଶାର ମୁଖ୍ୟ ମହା ପ୍ରବନ୍ଧକ (ସିଜିଏମ) ଉଦୟ ଶଙ୍କର ପଣ୍ଡା ଏନେଇ ଗୁରୁବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ, ଗଣମାଧ୍ୟମରେ ଏନେଇ ଯେଉଁସବୁ ରିପୋର୍ଟ ପ୍ରକାଶିତ ହୋଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅବାସ୍ତବ ଖବର ।

“ଦେଶର ସର୍ବ ବୃହତ ଟେଲିକମ୍ ସଂସ୍ଥା ସମ୍ପର୍କରେ କିଛି ଅନ୍ୟ କମ୍ପାନୀମାନେ ନିଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ଅପପ୍ରଚାର ଚଳାଇଛନ୍ତି । ତେବେ ଯାହାବି ହେଉ ଏବେ ଏହାକୁ ବନ୍ଦ କରିଦେବାକୁ କେନ୍ଦ୍ର ସରକାରଙ୍କ କୌଣସି ଉଦ୍ଦେଶ୍ୟ ନାହିଁ,” ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନସାଧାରଣ ଏହିପରି ଗୁଜବ ଖବରରୁ ପ୍ରତି ଦୃଷ୍ଟି ଦେବା ଉଚିତ ନୁହେଁ ।

Leave A Reply

Your email address will not be published.