Latest Odisha News

BREAKING NEWS

ଭାରତଠୁଁ ‘ବ୍ରହ୍ମୋସ କ୍ଷେପଣାସ୍ତ୍ର’ କିଣିବ ଫିଲିପାଇନ୍ସ !

ନୂଆଦିଲ୍ଲୀ: ଭାରତରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ କିଣିବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ଆଗ୍ରହ ପ୍ରକାଶ କରିଛି । ଏଥିଲାଗି ଫିଲିପାଇନ୍ସ ସରକାର ଏବେ ଭାରତ ସରକାରଙ୍କ ସହିତ ଆଲୋଚନା କରୁଥିବା ସୂଚନା ମିଳିଛି ।

ଏହି ମିସାଇଲ ପାଇବାପରେ ନିଜ ଦେଶ ପ୍ରତି ଆସୁଥିବା ବିପଦର ସଫଳ ମୁକାବିଲା କରିବ ବୋଲି ଫିଲିପାଇନ୍ସ ସେନା ଆଶା କରୁଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଭାରତ ଏବେ ନିଜ ପ୍ରତିରକ୍ଷା ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ ଆମଦାନୀ କରୁଛି । କିଛି ବର୍ଷ ପୂର୍ବେ ଭାରତ ଯେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିପାରିବ ତାହା ଚିନ୍ତା ମଧ୍ୟ କରିହେଉନଥିଲା ।

କିନ୍ତୁ ଏବେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ଲାଗି ପ୍ରସ୍ତୁତ ହେଉଛି । ଭାରତରୁ ବ୍ରହ୍ମୋସ ମିସାଇଲ କିଣିବା ପାଇଁ କେବଳ ଫିଲିପାଇନ୍ସ ନୁହେଁ ଦକ୍ଷିଣ-ପୂର୍ବ ଏସିଆର ଆଉ କେତେକ ଦେଶ ଯଥା ଇଣ୍ଡୋନେସିଆ, ଭିଏତନାମ ଆଦି ଆଗ୍ରହ ପ୍ରକାଶ କରିଥିବାବେଳେ, ପଶ୍ଚିମ ଏସିଆର କେତେକ ଦେଶ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ଋଷ ଓ ଭାରତର ମିଳିତ ଉଦ୍ୟମରେ ପ୍ରସ୍ତୁତ ବ୍ରହ୍ମୋସ ବିଶ୍ୱର ଏକ ଉନ୍ନତ ସୁପରସୋନିକ କ୍ରୁଜ ମିସାଇଲ ଭାବେ ଜଣାଶୁଣା ।

Leave A Reply

Your email address will not be published.