ଲକ୍ଷ୍ନୋ :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ପୁଣିଥରେ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ମୁଖ୍ୟ ଜାତୀୟ ସଂଯୋଜକ କରିଛନ୍ତି । ଆକାଶ ଆନନ୍ଦ ଦଳରେ ତାଙ୍କର ପ୍ରତିଷ୍ଠା ଏବଂ ସ୍ଥାନ ଫେରି ପାଇଛନ୍ତି । ଆଜି ଦଳର ଅନେକ ବରିଷ୍ଠ ନେତାଙ୍କ ଏକ ବୈଠକରେ ମାୟାବତୀ ଆକାଶଙ୍କ ନୂତନ ନିଯୁକ୍ତି ଘୋଷଣା କରିଛନ୍ତି । ସେ ପ୍ରାୟ ଗୋଟିଏ ମାସ ପୂର୍ବରୁ ମାୟାବତୀଙ୍କୁ କ୍ଷମା ମାଗିଥିଲେ ।
ପୁତୁରା ଆକାଶ ଆନନ୍ଦ ଗତ ମାସ ଏପ୍ରିଲ ୧୩ ତାରିଖରେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ମାୟାବତୀଙ୍କୁ କ୍ଷମା ମାଗିଥିଲେ, ଯାହାକୁ ତାଙ୍କ ପିଉସୀ ଅର୍ଥାତ୍ ମାୟାବତୀ ଗ୍ରହଣ କରିଥିଲେ । ଏହି ସମୟ ମଧ୍ୟରେ ମାୟାବତୀ କହିଥିଲେ ଯେ, ତାଙ୍କ ଜୀବନ ବିଏସପି ଏବଂ ଦଳର ଆନ୍ଦୋଳନ ପ୍ରତି ସମର୍ପିତ ଥିବାରୁ, ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି । ତଥାପି, ସେ ଏହା ମଧ୍ୟ କହିଥିଲେ ଯେ ମୁଁ କାହାକୁ ଦଳର ଉତ୍ତରାଧିକାରୀ କରିବାର ପ୍ରଶ୍ନ ଉଠୁନାହିଁ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପାର୍ଟି ଦ୍ୱାରା ଜାରି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ମାୟାବତୀ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ପାର୍ଟି ବୈଠକରେ ସାରା ଦେଶରୁ ଆସିଥିବା ଲୋକଙ୍କ ସମ୍ମତିରେ ଆକାଶ ଆନନ୍ଦଙ୍କୁ ବିଏସପିର ମୁଖ୍ୟ ସଂଯୋଜକ କରାଯାଉଛି । ଏହା ସହିତ, ତାଙ୍କୁ ଦେଶରେ ଦଳକୁ ଆଗକୁ ନେବା ପାଇଁ କାର୍ଯ୍ୟକ୍ରମ ମଧ୍ୟ ଦିଆଯାଇଛି । ଏହା ସହିତ, ଆକାଶଙ୍କୁ ନିର୍ଦ୍ଦେଶ ଦେବା ସମୟରେ ସେ କହିଥିଲେ ଯେ ଏଥର ଦଳ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରି ଦଳକୁ ମଜବୁତ କରିବାରେ ପ୍ରଶଂସନୀୟ ଅବଦାନ ଦେବ ।
18-05-2025-BSP PRESSNOTE-ALL INDIA MEETING pic.twitter.com/z0IF3crxN3
— Mayawati (@Mayawati) May 18, 2025
Comments are closed.