Latest Odisha News

BREAKING NEWS

ସଂସଦରେ ପଂହଚିଲା କରୋନା

ନୂଆଦିଲ୍ଲୀ: ଓମିକ୍ରନ ବିପଦ ମଧ୍ୟରେ ମଙ୍ଗଳବାର ସଂସଦରେ ପଂହଚିଛି କରୋନା । କଡା ସୁରକ୍ଷା ଏବଂ ଟେଷ୍ଟ ସତ୍ୱେ ବିଏସପି ଏମପି କୁଂଓର ଦାନିଶ ଅଲୀ କରୋନା ସଂକ୍ରମିତ ହେବା ପରେ ଚିନ୍ତା ବଢ଼ିଛି । ଦାନିଶ ଟୁଇଟ କରି ଏ ସମ୍ପର୍କରେ ଜଣାଇଛନ୍ତି । ସେ ଏବେ ଏକାନ୍ତବାସରେ ରହିଛନ୍ତି । ସୋମବାର ପର୍ଯ୍ୟନ୍ତ ଦାନିଶ ସଂସଦରେ ଉପସ୍ଥିତ ଥିଲେ ।

BjdElectrycity

ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ଦାନିଶ ଅନୁରୋଧ କରିଛନ୍ତି । ୨ଟି ଯାକ ଟୀକା ନେବା ସତ୍ୱେ ମୁଁ ସଂକ୍ରମିତ ହୋଇଥିବାରୁ ଆପଣମାନେ ଆହୁରି ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.