Latest Odisha News

ରାଜଧାନୀରେ ନାବାଳିକାଙ୍କୁ ଧରି ଚମ୍ପଟ୍ ଟ୍ୟୁସନ୍ ମାଷ୍ଟର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇଲା ନାବାଳିକାଙ୍କ ଉଭାନ ମାମଲା । ଦୁଇ ନାବାଳିକାଙ୍କୁ ଧରି ଜଣେ ଟ୍ୟୁସନ ମାଷ୍ଟର ଚମ୍ପଟ୍ ମାରିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ମଝିସାହିରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । ଜଣେ ଟ୍ୟୁସନ ମାଷ୍ଟର ଗୁରୁ ଭଳି ପବିତ୍ର ସଂପର୍କକୁ କଳୁଷିତ କରିବା ସହ ଗୁରୁଶିଷ୍ୟ ସମ୍ପର୍କରେ ଲଗାଇଛନ୍ତି କଳଙ୍କର ଛିଟା । ଟ୍ୟୁସନ ମାଷ୍ଟର ଜଣକ ଗଞ୍ଜାମ ଜିଲ୍ଲାର ଗୋପାଳକୃଷ୍ଣ ବଡ଼ଟିଆ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ମଝିସାହିର ରଞ୍ଜନ କୁମାର ମହାନ୍ତି କରୋନା ସମୟରେ ନିଜ ଦୁଇ ଝିଅଙ୍କୁ ବାହାରେ କୋଚିଂ ପାଇଁ ନପଠାଇ ଗେ।।ଳକୃଷ୍ଣଙ୍କୁ ଟ୍ୟୁସନ ପଢାଇବାକୁ କହିଥିଲେ । ଏଥିରେ ରାଜି ହୋଇ ଅଭିଯୁକ୍ତ ଗୋପାଳକୃଷ୍ଣ, ରଞ୍ଜନ କୁମାର ମହାନ୍ତିଙ୍କ ଦୁଇ ନବାଳିକା ଝିଅଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ । ପ୍ରଥମେ ସବୁକିଛି ଠିକ୍ ଚାଲିଥିଲା । ଗତ ରବିବାର ଟ୍ୟୁସନ ମାଷ୍ଟରଙ୍କ ସମେତ ଦୁଇଝିଅଙ୍କ ଉଭାନ ହେବା ଘଟଣା ରଞ୍ଜନ କୁମାର ମହାନ୍ତିଙ୍କ ହୋସ ଉଡାଇଦେଇଛି ।

ଅଭିଯୁକ୍ତ ସହ ଉଭାନ ଥିବା ଦୁଇ ନାବାଳିକା ୮ମ ଓ ୧୦ମ ଶ୍ରେଣୀର ଛାତ୍ରୀ ବୋଲି ଜଣାଡିଛି । ଅନ୍ୟପଟେ ଟ୍ୟୁସନ ମାଷ୍ଟର ଜଣକ ବିବାହିତ ତଥା ଏକ ଶିଶୁକନ୍ୟାର ପିତା ବୋଲି ସୂଚନା ମିଳିଛି । ଅଭିୁକ୍ତଙ୍କର ମୋବାଇଲ ସ୍ୱିଚଅଫ୍ ଥିବାବେଳେ ନାବାଳିକାଙ୍କ ପରିବାର ଲୋକେ ବଡ଼ଗଡ଼ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁଇ ନାବାଳିକାଙ୍କୁ ପ୍ରଲୋଭିତ କରି ଟ୍ୟୁସନ ମାଷ୍ଟର ଜଣକ ସମାନଙ୍କୁ ଅପହରଣ କରିଥିବା ପରିବାର ଲୋକେ ଆଶଙ୍କା କରିଛନ୍ତି ।

Leave A Reply

Your email address will not be published.