Latest Odisha News

BREAKING NEWS

ଜେଜେବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଯାଇ ମହାନଦୀରେ ବୁଡ଼ି ଯୁବକ ମୃତ

କଟକ: ଜେଜେବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଯାଇ ନଦୀରେ ବୁଡ଼ି ଯୁବକ ମୃତ। ଏପରି ଘଟଣା ଘଟିଛି କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ। ତାଙ୍କ ନାଁ ରୂପକ ବାନାର୍ଜୀ (୨୧)। ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ କରୁଥିଲେ। ତାଙ୍କ ଘର କଟକର ସିଡିଏ-୬ରେ।

ସୂଚନା ଅନୁଯାୟୀ, ୧୦ ଦିନ ତଳେ ରୂପକଙ୍କ ଜେଜେଙ୍କ ଦେହାନ୍ତ ହୋଇଥିଲା। ଆଜି ଶୁଦ୍ଧି କାମ ପାଇଁ ସମସ୍ତେ ହାତୀଗଡ଼ା ଘାଟକୁ ଆସିଥିଲେ। ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିବା ବେଳେ ରୂପକ ଅଚାନକ ନଦୀକୂଳରେ ଥିବା ଏକ ଉଚ୍ଚସ୍ଥାନରୁ ନଦୀକୁ ଡେଇଁ ପଡ଼ିଥିଲେ। ତା’ପରେ ସେ ନିଖୋଜ ହୋଇଯାଇଥିଲେ।

ଏହାଦେଖି ସମସ୍ତେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ରୂପକଙ୍କୁ ଖୋଜି ପାଇନଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ରୂପକ ବାନାର୍ଜୀଙ୍କ ମୃତଦେହ ମିଳିଥିଲା। ତେବେ ସେ କାହିଁକି ନଦୀକୁ ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି।

Comments are closed.