ନୂଆଦିଲ୍ଲୀ : ପିଓକେର ଗିଲଗିଟ-ବାଲଟିସ୍ତାନରେ ଥିବା ଐତିହାସିକ ବୌଦ୍ଧ କୀର୍ତ୍ତିରାଜୀକୁ ପାକିସ୍ତାନ ନଷ୍ଟ କରୁଥିବାରୁ ଭାରତ ତାହାର ତୀବ୍ର ବିରୋଧ କରିବା ସହ ଉକ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଦାବି କରିଛି । ଗିଲଗିଟ ବାଲଟିସ୍ତାନରେ ଥିବା ଗୁମ୍ଫାରେ ଅଙ୍କିତ ପ୍ରାଚୀନ ବୌଦ୍ଧ କୀର୍ତ୍ତୀରାଜୀ ଓ ଶିଳାଲେଖକୁ ସ୍ଥାନୀୟ ମୌଳବାଦୀମାନେ ବିକୃତ କରିବା ସହ ତାହା ଉପରେ ଇସ୍ଲାମୀୟ ସ୍ଲୋଗାନ ଲେଖୁଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ୮୦୦ ଶତାବ୍ଦୀର ଏହି ଐତିହାସିକ ବୈଦ୍ଧ କୀର୍ତ୍ତିରାଜିକୁ ସଂରକ୍ଷିତ କରିବା ବଦଳରେ ପାକିସ୍ତାନରେ ତାହାକୁ ବିକୃତ ଓ ନଷ୍ଟ କରାଯାଉଛି । ଏ ନେଇ ପାକିସ୍ତାନ ସରକାରଙ୍କ ନିକଟରେ ବିରୋଧ କରାଯାଇଛି ।
ଏହା ଭାରତୀୟ ଅଞ୍ଚଳ ହୋଇଥିବାବେଳେ ପାକିସ୍ତାନ ତାହାକୁ ବେଆଇନ ଭାବେ ମାଡ଼ିବସିଛି । ତେବେ ଏହି କଥା ଜଣା ପଡ଼ିବା ପରେ ଭାରତ ସମେତ ବିଶ୍ୱ ଅନ୍ୟ ସ୍ଥାନରେ ଏହାକୁ ତୀବ୍ର ବିରୋଧ କରାଯାଉଛି ।
Comments are closed.