Latest Odisha News

BREAKING NEWS

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିବେ ।

ପ୍ରାପ୍ତ ସୂଚନାନୁଯାୟୀ, ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ମଧ୍ୟ ଦ୍ୱିତୀୟ ବଜେଟ୍ । ଆଜି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମଞ୍ଜୁରୀ ଗ୍ରହଣ କରିବେ । ପରେ ଦିନ ୧୦ଟା ୧୫ମି.ରେ ହେବାକୁ ଥିବା କ୍ୟାବିନେଟ୍ ବୈଠକ ପରେ ପାଖାପାଖି ୧୧ଟା ସମୟରେ ସଂସଦରେ ବଜେଟ୍ ଉପସ୍ଥାପିତ କରାଯିବ । ଯାହା ଉପରେ ସାରା ଦେଶର ନଜର ରହିଛି ।

ଆହୁରି ମଧ୍ୟ ପ୍ରଥମଥର ପାଇଁ ଶନିବାର ଦିନ ସେନସେକ୍ସ ଖୋଲାରହିବା ନେଇ ସୂଚନା ମିଳିଛି । ଅର୍ଥବ୍ୟବସ୍ଥାର ବୃଦ୍ଧି ଉପରେ ଏଜେଣ୍ଡା, ରୋଜଗାର, କୃଷି ସଙ୍କଟ, ଅଟୋ ମୋବାଇଲ୍‌, ରିୟଲ ଇଷ୍ଟେଟ୍ ଓ ଫାଇନାନ୍ସ ସେକ୍ଟରରେ ସ୍ଫୁର୍ତ୍ତି ଏକ ବଡ ଚ୍ୟାଲେଞ୍ଜ ହେବ ।

ଉଲ୍ଲେଖଯୋଗ୍ୟ, ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଫେବୃଆରୀ ୧୩ ତାରିଖ ଯାଏଁ ଚାଲିବ ।

Leave A Reply

Your email address will not be published.