Latest Odisha News

BREAKING NEWS

ବଜେଟ୍‌ ୨୦୨୨ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ଲକ୍ଷ ଘର ନିର୍ମାଣ ହେବ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କହିଛନ୍ତି । ଏହା ସାଧାରଣ ଲୋକଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ।

୩.୮ କୋଟି ପରିବାରକୁ ୨୦୨୨-୨୦୨୩ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି । ଏହି ଯୋଜନା ପାଇଁ ୬୦ ହଜାର କୋଟି ଟଙ୍କା ବ୍ୟୟବରାଦ ରହିଛି । ସହର କ୍ଷେତ୍ରରେ ମଧ୍ୟମ ଓ ସ୍ୱଳ୍ପ ଆୟ ବର୍ଗର ଲୋକଭ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର କାମ କରିବେ ।

ସରକାର ଆୟ କମ ଥିବା ଲୋକଙ୍କ ପାଇଁ ପିଏମ ଆବାସ ଯୋଜନା ଲଞ୍ଚ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଘର ଯୋଗାଇଦେବେ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

Comments are closed.