Latest Odisha News

BREAKING NEWS

ଆଗାମୀ ୨୫ବର୍ଷକୁ ଆଶା ରଖି ଏଥର ବଜେଟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ସଂସଦରେ ବଜେଟ ଅଧିବେସନ ଆରମ୍ଭ ହୋଇଯାଇଛି । ୨୦୨୨-୨୦୨୩ ପାଇଁ ଆର୍ଥିକ ବଜେଟ ଉପସ୍ଥାପନା କରୁଛନ୍ତି ନିର୍ମଳା ସୀତାରମଣ । କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଳେ ନିର୍ମଳା ସୀତାରମଣ । ଚଳିତ ବର୍ଷ ଆର୍ଥିକ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିଛି । ଭାରତର ଅର୍ଥନୈତିକି ଅଭିବୃଦ୍ଧି ହାର ୯.୨୭କୁ ଲକ୍ଷ ରଖାଯାଇଛି ।ଏହି ବଜେଟ ଆଗାମୀ ୨୫ ବର୍ଷକୁ ଆଖି ଆଗରେ ରଖି ତିଆରି କରାଯାଇଛି ବୋଲି ନିର୍ମଳା କହିଛନ୍ତି ।

ଚଳିତ ବର୍ଷ ବଜେଟରେ ଯୁବପିଢୀ ଓ କୃଷକ ମାନଙ୍କୁ ଅନେକ ସୁବିଧା ମିଳିବ । ପ୍ରାୟ ୧୬ ଲକ୍ଷ ଯୁବପିଢୀଙ୍କୁ ଚାକିରି ଦିଆଯିବ । ୨୦୨୫ ସୁଦ୍ଧା ସମସ୍ତ ଗାଁକୁ ଅଫ୍ଟିକାଲ ଫାଇବର ପହଁଞ୍ଚିବ । ଇଭାଇକିଲ ଯୋଜନାକୁ ପ୍ରୋତ୍ସାହନ କରାଯିବା । ସ୍ପେଶାଲ ଇକୋନମି ଜୋନରେ ପରିବର୍ତ୍ତନ କରାଯିବ ।ପ୍ରଥମରୁ ଦ୍ୱାଦଶ ଶ୍ରେଣି ପିଲାଙ୍କ ପାଠପଢା ଟିଭି ଜରିଆରେ ହେବ ।

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କମ୍ପାନୀକୁ ପ୍ରୋତ୍ସାହନ । ୬୮ ପ୍ରତିଶତ ସାମଗ୍ରୀ ଲୋକାଲ ମାର୍କେଟରୁ କିଣାଯିବ । ଗୋଟିଏ ବର୍ଷ ମଧ୍ୟରେ ୨୫ ହଜାର ଲିକୋମିଟର ହାଇୱେ ନିର୍ମଣ କରିବାକୁ ଲକ୍ଷ ରଖାଯାଇଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

Comments are closed, but trackbacks and pingbacks are open.