Latest Odisha News

ବଜେଟ ୨୦୨୩-୨୪: କଣ ମହଙ୍ଗା ହେବ, କଣ ଶସ୍ତା ହେବ

ନୂଆଦିଲ୍ଲୀ: ମୋଦୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରୁଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷରେ କଣ ମହଙ୍ଗା ହେବ ଏବଂ କଣ ଶସ୍ତା ହେବ ସେ ନେଇ ସଂସଦରେ ବଜେଟ ଉପସ୍ଥାପନ ବେଳେ କହିଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ।

ମହଙ୍ଗା ହେବ

ଏନସିସିଡି (ପ୍ରାକୃତିକ ବିପର୍ଯ୍ୟୟ ଜରୁରୀକାଳୀନ ଡ୍ୟୁଟି)ରେ ସିଗାରେଟ୍ ୧୬% ବୃଦ୍ଧି

ସୁନା ଏବଂ ପ୍ଲାଟିନମ୍ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି
ରୂପା ଓ ସେଥିରେ ତିଆରି ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି
କମ୍ପୋଜିଟ୍ ରବର ଉପରେ ଶୁଳ୍କ ୧୦%ରୁ ୨୫%କୁ ବୃଦ୍ଧି କରାଯାଇଛି
ସୁନା ଓ ରୂପା ଅଳଙ୍କାର ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି
କିଚେନ୍ ଇଲେକ୍ଟ୍ରିକ୍ ଚିମନି ଉପରେ ସୀମା ଶୁଳ୍କ ୭.୫%ରୁ ୧୫%କୁ ବୃଦ୍ଧି କରାଯାଇଛି

ଶସ୍ତା

ଲିଥିୟମ୍-ଆୟନ ବ୍ୟାଟେରୀ ତିଆରିରେ ବ୍ୟବହୃତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ ପାଇଲା

ଟିଭି ପ୍ୟାନେଲଗୁଡିକର ଖୋଲା ବିକ୍ରୟ ଅଂଶ ଉପରେ କଷ୍ଟମ୍ ଡ୍ୟୁଟି ୫% ରୁ ୨.୫% କୁ ହ୍ରାସ

ମୋବାଇଲ୍ ଫୋନ୍ ଉତ୍ପାଦନ ପାଇଁ କିଛି ଅଂଶରେ କଷ୍ଟମ୍ ଡ୍ୟୁଟି ହ୍ରାସ

ଲ୍ୟାବରେ ତିଆରି ହେଉଥିବା  ହୀରା ଉତ୍ପାଦନରେ ଡ୍ୟୁଟି ହ୍ରାସ

ରପ୍ତାନି ବୃଦ୍ଧି ପାଇଁ ଚିଙ୍ଗୁଡ଼ି ଖାଦ୍ୟ ଉପରେ ସୀମା ଶୁଳ୍କ ହ୍ରାସ କରାୟିବ

ଅଶୋଧିତ ଗ୍ଲିସେରିନ୍ ଉପରେ ସୀମା ଶୁଳ୍କ ୭.୫%ରୁ ୨.୫%କୁ ହ୍ରାସ କରାୟାଇଛି

ରପ୍ତାନି ବୃଦ୍ଧି ପାଇଁ ଚିଙ୍ଗୁଡ଼ି ଖାଦ୍ୟ ଉପରେ ସୀମା ଶୁଳ୍କ ହ୍ରାସ କରାଯିବ

ଅଶୋଧିତ ଗ୍ଲିସେରିନ୍ ଉପରେ ସୀମା ଶୁଳ୍କ ୭.୫%ରୁ ୨.୫%କୁ ହ୍ରାସ କରାଯାଇଛି

କ୍ଲିନିଂ ଏଜେଣ୍ଟ ଡିନାଟର ଇଥାଇଲ ଆଲକହଲରୁ କଷ୍ଟମ ଡ୍ୟୁଟି ଉଚ୍ଛେଦ କରାଯାଇଥିଲା

ସେହିପରି ଇ-ଯାନ, ଖେଳନା, ସାଇକେଲ, ମୋବାଇଲ୍, ଇଲେକ୍ଟ୍ରିକ୍ ଯାନ, କୃଷି ଏବଂ ଟେକ୍ସଟାଇଲ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ( ୨୧ ରୁ ୧୩ ପ୍ରତିଶତ) ହ୍ରାସ

 

Comments are closed.