Latest Odisha News

ଖୋଲିଲା ନିର୍ମଳାଙ୍କ ପେଡି: ବିହାର-ଆନ୍ଧ୍ରକୁ ଓଜାଡିଲେ

ନୂଆଦିଲ୍ଲୀ: ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଜି ଉପସ୍ଥାପନା ହେଉଛି । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରୁଛନ୍ତି । ତାଙ୍କ ବଜେଟ୍ ଉପସ୍ଥାପନାରେ ବିହାର ଓ ଆନ୍ଧ୍ର ପାଇଁ ବଡ ଘୋଷଣା କରିଛନ୍ତି ନିର୍ମଳା ।

ବଜେଟରେ ବିହାର ପାଇଁ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି, ବିହାରରେ ଏୟାରପୋର୍ଟ ନିର୍ମାଣ ହେବ । ମେଡିକାଲ କଲେଜଗୁଡିକର ବିକାଶ କରାଯିବ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ସମସ୍ତ ଅନୁଦାନ କେନ୍ଦ୍ର ଯୋଗାଇଦେବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏନେଇ ନିର୍ମଳା କହିଛନ୍ତି, ପୋଲାଭରମ ଆନ୍ଧ୍ରର ଜୀବନ ରେଖା ।  ତେଣୁ ପୋଲାଭରମ ପ୍ରକଳ୍ପ ଶୀଘ୍ର ଶେଷ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଏହା ସହିତ ଏକ ବିକଶିତ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି କେନ୍ଦ୍ର ସମସ୍ତ ଅନୁଦାନ ବହନ କରିବ ବୋଲି ବଜେଟ୍ ଉପସ୍ଥାପନାରେ ବଡ ଘୋଷଣା କରିଛନ୍ତି ନିର୍ମଳା । ଯାହା ଆନ୍ଧ୍ର ଓ ବିହାରକୁ ଆଶ୍ବସ୍ତି ଦେଇଛି ।

ତେବେ ଯାହାଙ୍କର ସମର୍ଥନରେ ଳଥର ମୋଦି ସରକାର ତୃତୀୟ ଥର ପାଇଁ ଗଠନ ହୋଇଛି, ସେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସରକାର ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସରକାର । ତାଙ୍କୁ ବା ମୋଦି ସରକାର ନିରାଶ କେମିତି କରିଥାନ୍ତା । ସେଥିପାଇଁ ଏଥର ବଜେଟରେ ବିହାର ଓ ଆନ୍ଧ୍ର ପାଇଁ ଭଣ୍ଡାର ଖୋଲିଦେଇଛନ୍ତି ସରକାର ।

ତେବେ କହିରଖୁଛୁ ବଜେଟ୍ ପୁର୍ବରୁ ବିହାର ସରକାରଙ୍କୁ ବଡ ଝଟକା ଲାଗିଥିଲା । ସ୍ବତନ୍ତ୍ର ରାଜ୍ୟ ପାହ୍ୟାରୁ ବାଦ୍ ପଡିଥିଲା ବିହାର । ଯାହାକୁ ନେଇ ନୀତିଶ କହିଥିଲେ ଆଗକୁ ଅପେକ୍ଷା କର ସବୁ ଜଣାପଡିବ । ଆଉ ଆଜି ବଜେଟ୍ ଘୋଷଣା ପରେ ସବୁ କିଛି ସ୍ପଷ୍ଟ ହୋଇଛି । ଯାହାଙ୍କ ପାଇଁ ସରକାର ତାଙ୍କ ପାଇଁ ଖୋଲିବ ଭଣ୍ଡାର ।

Comments are closed.