Latest Odisha News

BREAKING NEWS

କ’ଣ ଶସ୍ତା କ’ଣ ମହଙ୍ଗା? ସୁନା, ରୁପା ମୋବାଇଲ୍ ହେବ ଶସ୍ତା

ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ କ୍ଷେତ୍ର ପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇଛି । ତେବେ ବଜେଟ୍ ସାଧାରଣ ଜନତାଙ୍କ ପକେଟକୁ କେମିତି ପ୍ରଭାବିତ କରିବ? କେଉଁ ସାମଗ୍ରୀ ଶସ୍ତା ହେବ ଓ କେଉଁ ସାମଗ୍ରୀ ମହଙ୍ଗା ହେବ?

 

କ’ଣ ହେବ ଶସ୍ତା?

– କ୍ୟାନସର ଔଷଧକୁ ଶୁଳ୍କମୁକ୍ତ କରିଛନ୍ତି ମୋଦି ସରକାର

– ଏକ୍ସରେ ଟ୍ୟୁବ୍ ଉପରୁ ଶୁଳ୍କ ହ୍ରାସ

-ଶସ୍ତା ହେବ ସୁନା ଓ ରୁପା

-ପ୍ଲାଟିନମ ଉପରେ କଷ୍ଟମ ଡ୍ୟୁଟି ହ୍ରାସ

-ମୋବାଇଲ୍ ଓ ମୋବାଇଲ୍ ଚାର୍ଜର

– ମାଛ ପାଇଁ ଆବଶ୍ୟକ ଖାଦ୍ୟ ତଥା ସାମୁଦ୍ରିକ ଉତ୍ପାଦ

– ଚମଡାରେ ପ୍ରସ୍ତୁତ ଜୋତା ଓ ଅନ୍ୟ ସାମଗ୍ରୀ

– ପେଟ୍ରୋ କେମିକାଲ୍ସ

-ପିବିସି ଫ୍ଲେକ୍ସ ବ୍ୟାନର

 

କ’ଣ ହେବ ମହଙ୍ଗା?

– ଟେଲିକମ୍ ଉପକରଣ, କିଛି ଉପକରଣରେ କଷ୍ଟମ ଡ୍ୟୁଟି ୧୦ପ୍ରତିଶତରୁ ୧୫ପ୍ରତିଶତକୁ ବୃଦ୍ଧି

– ପ୍ଲାଷ୍ଟିକରେ ନିର୍ମିତ ସାମଗ୍ରୀ

– ସିଗାରେଟ୍

– ବିମାନଯାତ୍ରା

Comments are closed.