Latest Odisha News

ବଜେଟ୍ ୨୦୨୫-୨୬; ଏଆଇ ଶିକ୍ଷାକୁ ଗୁରୁତ୍ବ, ସେଣ୍ଟର ସ୍ଥାପନ ପାଇଁ ୫୦୦ କୋଟି ଟଙ୍କାର ଉପହାର

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୫-୨୬ ବଜେଟ୍‌ ରେ ଶିକ୍ଷା କ୍ଷେତ୍ରକୁ ଅଧିକ ଧ୍ୟାନ କରାଯାଇଛି । । ଦେଶରେ ଏଆଇ କ୍ଷେତ୍ର ଲାଗି ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଖୋଲିବ ୩ଟି ଏଆଇ ସେଣ୍ଟର । ଯେଉଁଥିପାଇଁ ୫ ଶହ କୋଟିର ସ୍ବତନ୍ତ୍ର ବ୍ୟୟ ବରାଦ କରାଯାଇଛି ।

କେନ୍ଦ୍ର ସରକାର ଆର୍ଥିକ ବିକାଶ ଓ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଏଆଇର ଲାଭ ଉଠାଇବା ପାଇଁ ଶିଳ୍ପ, ଷ୍ଟାର୍ଟଅପ୍‌ ଓ ଶିକ୍ଷାନୁଷ୍ଠାନକୁ ସହାୟତା ପ୍ରଦାନ କରିବା ଲାଗି ଉନ୍ନତ ଏଆଇ ହବ୍‌ ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି ।

ବିଶ୍ବସ୍ତରରେ ଏଆଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ବିଶ୍ବନେତା ଭାବେ ପ୍ରଦର୍ଶିତ କରିବା ଲାଗି ଏଆଇ ଅନୁସନ୍ଧାନ, ବିକାଶ ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି ଯୋଜନା କରିଛନ୍ତି ସରକାର ।

ବଜେଟ୍ ଭାଷଣ ସମୟରେ ସୀତାରମଣ କହିଥିଲେ, “ମୁଁ ୨୦୨୩ ମସିହାରେ କୃଷି, ସ୍ୱାସ୍ଥ୍ୟ ଏବଂ ସ୍ଥାୟୀ ସହର ପାଇଁ ଏଆଇର ତିନୋଟି ଉତ୍କର୍ଷ କେନ୍ଦ୍ର ଘୋଷଣା କରିଥିଲି । ଏବେ, ୫ଶହ କୋଟି ଟଙ୍କାର ମୋଟ ବଜେଟରେ ଶିକ୍ଷାରେ ଏଆଇ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ।”

ଦେଶର ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୨ ବର୍ଷରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ଏଥିସହ ୨୦୧୪ରେ ଆରମ୍ଭ ହୋଇଥିବା ଆଇଆଇଟି ଭିତ୍ତିଭୂମିର ବିକାଶ କରାଯିବ ।

ତେବେ ସାରା ବିଶ୍ୱରେ ଏଆଇର ଦ୍ରୁତଗତିରେ ବୃଦ୍ଧି ପାଉଥିବା ଲୋକପ୍ରିୟତା ମଧ୍ୟରେ, ଅନେକ କ୍ଷେତ୍ରରେ ଚାକିରି ପ୍ରଭାବିତ ହେବାର ଆଶଙ୍କା ରହିଛି । ଆର୍ଥିକ ସର୍ଭେ ୨୦୨୪-୨୫ ରେ ସତର୍କ କରାଯାଇଥିଲା ଯେ ଭାରତରେ କମ୍ ଦକ୍ଷତା ଏବଂ କମ୍ ମୂଲ୍ୟଯୁକ୍ତ ସେବାରେ କାର୍ଯ୍ୟରତ କର୍ମଚାରୀମାନେ ଏଆଇ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇପାରନ୍ତି ।

Comments are closed.