ନୂଆଦିଲ୍ଲୀ: ଖୁବ ଶୀଘ୍ର ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବଜେଟ ଅଧିବେଶନ। ଚଳିତମାସ ୩୧ ତାରିଖରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ସବୁ ବର୍ଗର ଲୋକେ ବଜେଟ ଉପରେ ନଜର ରଖିଛନ୍ତି । ସରକାର ପୁରୁଣା ଟିକସ ବ୍ୟବସ୍ଥାକୁ ରଦ୍ଦ କରି ଦେଶରେ ନୂଆ ଟିକସ ବ୍ୟବସ୍ଥା ପ୍ରଚଳନ କରିପାରନ୍ତି। ଗତ ବଜେଟରେ ଦେଶରେ ଆୟକର ଅଧିନିୟମର ସମୀକ୍ଷା କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ଅଧିକାରୀମାନଙ୍କର ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହା ବ୍ୟତୀତ, ୨୦୨୦ ରେ ଦେଶରେ ନୂତନ ଟିକସ ବ୍ୟବସ୍ଥା ଦେଶକୁ ଆସିବା ପରଠୁ, ସରକାର ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।
ନୂତନ ଟିକସ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ସେଥିପାଇଁ ଗତ ୪ ବର୍ଷ ମଧ୍ୟରେ ସରକାର ଟ୍ୟାକ୍ସ ସ୍ଲାବ ବୃଦ୍ଧି, ଛାଡ ସୀମା ଏବଂ ମାନକ ରିହାତି ଯୋଗାଇବା ଭଳି କାର୍ଯ୍ୟ କରିଛନ୍ତି। ଏଭଳି ପରିସ୍ଥିତିରେ ସରକାର ଏଥର ମଧ୍ୟ ନୂଆ ଟିକସ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିପାରନ୍ତି। ପୁରୁଣା ଟିକସ ବ୍ୟବସ୍ଥାରେ, ୨୦୧୪ ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଠୁ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ। ଅନ୍ୟପଟେ ସରକାର ପୁରୁଣା ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିଦେବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ନୂତନ ଟିକସ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ପାଇଁ ସରକାର ଏହାକୁ ଡିଫଲ୍ଟ ସିଷ୍ଟମ କରିଛନ୍ତି। ଏଥିରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା । ପୁରୁଣା ଟିକସ ବ୍ୟବସ୍ଥାରେ ଟିକସମୁକ୍ତ ଆୟର ସୀମା ୨.୫ ଲକ୍ଷ ଟଙ୍କା ହୋଇଥିବାବେଳେ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ, ଟିକସ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି। ଏହି ଟିକସ ବ୍ୟବସ୍ଥାରେ ଉପଭୋକ୍ତାମାନେ ସଞ୍ଚୟ, ହୋମ ଲୋନ , ସ୍ୱାସ୍ଥ୍ୟ ବୀମା, ପେନସନ ଇତ୍ୟାଦି ଅନେକ କ୍ଷେତ୍ରରେ ଟିକସ ଛାଡ ସୁବିଧା ପାଉଛନ୍ତି।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.