Latest Odisha News

BREAKING NEWS

ନିର୍ଦ୍ଧାରିତ ଅବଧି ପୂର୍ବରୁ ସରିପାରେ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଚଳିତ ଥର ବିଧାନସଭାର ବଜେଟ୍ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦ର ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ଗୋଟିଏ ବିଲ୍ ଓ ୪ଟି ସଂଶୋଧନ ବିଲ୍ ଉପରେ ମଧ୍ୟ ଆଲୋଚନା କରାଯିବ।

ସେହିପରି ଆଜି ପ୍ରଶ୍ନକାଳରେ ୫ଟି ବିଭାଗର ପ୍ରଶ୍ନର ଉତ୍ତର ଦେବେ ମନ୍ତ୍ରୀ ।

ତେବେ ଆଲୋଚନା ପାଇଁ ଗୃହରେ କୌଣସି ପ୍ରମୁଖ ବିଷୟ ନଥିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାର୍ଯ୍ୟ ସମୟ ପୂର୍ବରୁ ଗୃହକୁ ସ୍ଥଗିତ ରଖିବାର ସମ୍ଭାବନା ରହିଛି।

Leave A Reply

Your email address will not be published.