Latest Odisha News

BREAKING NEWS

ଏମ୍ସ ଆଇସିୟୁରୁ ସ୍ୱତନ୍ତ୍ର କ୍ୟାବିନକୁ ଆସିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ବାଇପାସ୍ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସର ଆଇସିୟରୁ ସ୍ୱତନ୍ତ୍ର ରୁମକୁ ଅଣାଯାଇଛି । ଲଗାତାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଛି । ଡାକ୍ତରୀ ଦଳ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷଣ ନଜର ରଖିଥିବା ବେଳେ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି ।

ମାର୍ଚ୍ଚ ୩୦ ତାରିଖରେ ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ କରିଥିଲେ ୨ ଜଣ ଓଡ଼ିଆ ଡାକ୍ତର । ଗତ ସପ୍ତାହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ରାଷ୍ଟ୍ରପତିଙ୍କୁ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଏମ୍ସକୁ ରେଫର କରିଥିଲେ ଡାକ୍ତର ।

Leave A Reply

Your email address will not be published.