Latest Odisha News

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ବଜେଟ୍ ଅଧିବେଶନ ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବଜେଟ୍ ଅଧିବେଶନ ଅବସରରେ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି,
ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତର ଏହି ବିକାଶ ଯାତ୍ରାରେ ମୋ ସରକାର ଅଦ୍ଭୂତପୂର୍ବ ଉପଲବ୍ଧି ଜରିଆରେ ନୂଆ ଉର୍ଜା ଦେଇଛି। ତୃତୀୟ କାର୍ଯ୍ୟକାଳରେ ୩ ଗୁଣା ଦ୍ରୁତ ଗତିରେ କାମ ହେଉଛି। ମହିଳାଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ଲକ୍ଷ୍ୟ। ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଦୃଢତାର ସହ ନିଷ୍ପତ୍ତି ନେଉଛି। ବଡ ନିର୍ଣ୍ଣୟ ଓ ନୀତି ଲାଗୁ ହେଉଛି।

ସେହିପରି ଅଭିଭାଷଣରେ ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ନାରୀ ଶକ୍ତି କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଦେଶର ନାରୀ ଶକ୍ତିକୁ ମଜବୁତ କରିବା ପାଇଁ ସରକାର କାମ କରୁଛନ୍ତି। ସରକାରୀ ଯୋଜନାରୁ ଗରିବଙ୍କୁ ସମ୍ମାନ ମିଳୁଛି। ସବକା ସାଥ, ସବକା ବିକାଶ ମନ୍ତ୍ରରେ ସରକାର କାମ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷ ଏବଂ ତାଠୁ ଉର୍ଦ୍ଧ୍ଵ ବୟସ୍କ ୬ କୋଟି ଲୋକଙ୍କୁ ସ୍ଵାସ୍ଥ୍ୟବୀମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଝିଅମାନେ ଅଲମ୍ପିକରେ ଦେଶର ନାମ ରଖୁଛନ୍ତି।

ଦେଶର ଯୁବକ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି। ଏକ ଦଶକ ମଧ୍ୟରେ ଯୁବଶକ୍ତିଙ୍କୁ ବହୁ ରୋଜଗାର ମିଳିଛି। ତିନି କୋଟି ଲକ୍ଷପତି ଦିଦି ତିଆରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ବାମୀତ୍ବ କାର୍ଡରେ ସାମିଲ କରାଯାଇଛି। ପ୍ରକାଶ ଥାଉ କି, ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଆସନ୍ତାକାଲି (ଶନିବାର) ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ରାଜକୋଷର ହିସାବ ଦେବେ ଅର୍ଥମନ୍ତ୍ରୀ।

Comments are closed.