Latest Odisha News

BREAKING NEWS

୧୦ ହଜାର ଟଙ୍କାରୁ କମରେ ପାଇବେ ଏହି 5G ଫୋନ୍

ଭୁବନେଶ୍ୱର: ଟେକ୍ନୋଲୋଜି ବଦଳିବା ସହ ଖର୍ଚ୍ଚ ବଢ଼ୁଛି । 4G ପରେ ଏବେ ବଜାରକୁ 5G ଆସି ସାରିଛି । ଦେଶର ଅନେକ ସ୍ଥାନରେ 5G ସେବା ମଧ୍ୟ ଆରମ୍ଭ ହୋଇ ସାରିଛି । ଅନେକ ତାଙ୍କ ପୁରୁଣା ଫୋନରେ 5G ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ବଢ଼ୁଥିବା ଦାମ, ବିଗୁଡ଼ୁଥିବା ବଜେଟ୍ ଭିତରେ ଆସନ୍ତା ଜାଣିବା ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଆକର୍ଷଣୀୟ ଫିଚର୍ସ ଥିବା ସ୍ମାର୍ଟଫୋନ୍ ବିଷୟରେ…

Redmi 10A 

୧୦ ହଜାର ଟଙ୍କାରୁ କମ୍ ଦାମରେ ଆପଣ ରେଡମି ୧୦ଏ (Redmi 10A) କିଣି ପାରିବେ । ଏଥିରେ ଆପଣଙ୍କୁ ୪ ଜିବି ରାମ ସହ ୬୪ ଜିବି (6GB + 64 GB) ଷ୍ଟରେଜ ମିଳିଯିବ । ଏହାର ଦାମ ରହିଛି ୮ ହଜାର ୨୯୯ ଟଙ୍କା । ଏଥିରେ ଫିଙ୍ଗରପ୍ରିଣ୍ଟ ସେନସର ସହ ୫ ହଜାର ଏମଏଏଚ୍ ବ୍ୟାଟେରୀ, ହେଲିଓ ଜି୨୫ ପ୍ରୋସେସର ଓ ୧୩ ଏମପି ବ୍ୟାକ୍ କ୍ୟାମେରା ରହିଛି ।

Realme Narzo 50i Prime 

ସେହିଭଳି କମ୍ ବଜେଟରେ ଆଉ ଏକ ଧମାକେଦାର ଫୋନ୍ ହେଉଛି ରିଅଲମି ନାର୍ଜୋ ୫୦ଆଇ ପ୍ରାଇମ୍ । ଏଥିରେ ଆପଣଙ୍କୁ ୪ ଜିବି ରାମ ସହ ୬୪ ଜିବି (6GB + 64 GB) ଷ୍ଟରେଜ ମିଳିଯିବ । ଏହାର ଦାମ ରହିଛି ୮ ହଜାର ୯୯୯ ଟଙ୍କା । ଏଣ୍ଡ୍ରୋୟଡ୍ ୧୧ ବେସ୍ଡ ୟୁଆଇରେ ଚାଲୁଥିବା ଏହି ଫୋନରେ ୫ ହଜାର ଏମଏଏଚ୍ ବ୍ୟାଟେରୀ ସହ ୮ ଏମପି ବ୍ୟାକ୍ ଓ ୫ ଏମପିର ଫ୍ରଣ୍ଟ କ୍ୟାମେରା ରହିଛି ।

Lava Blaze 5G

ଆପଣ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଏହି 5G ଫୋନ୍ ପାଇ ପାରିବେ । ଲାଭା ବ୍ଲେଜ୍ 5G ଫୋନରେ ୫ ହଜାର ଏମ୍ଏଏଚ୍ ବ୍ୟାଟେରୀ, ୫୦ ଏମପି କ୍ୟାମେରା, ଏଣ୍ଡ୍ରୟଡ୍ ୧୨ ଓ ମେଡିଆଟେକ୍ ଡିମେନସିଟି ୭୦୦ ପ୍ରୋସେସର ରହିଛି । ଏହି ଫୋନକୁ ଆପଣ ୯ ହଜାର ୯୯୯ ଟଙ୍କା ଦେଇ କିଣି ପାରିବେ ।

Leave A Reply

Your email address will not be published.