Latest Odisha News

BREAKING NEWS

ଦିଲ୍ଲୀ ଏମସିଡି ନିର୍ବାଚନ ପୋଛିନେଲା ଆପ୍, ୧୫ ବର୍ଷର ବିଜେପି ଶାସନର ଅବସାନ

ନୂଆଦିଲ୍ଲୀ: ଭାଙ୍ଗିଲା ବିଜେପି ଗଡ଼ । ଆସିଲା ଆପ୍ ରାଜୁତି । ଦିଲ୍ଲୀ ନଗରନିଗମ ସିଂହାସନରୁ ୧୫ବର୍ଷର ଶାସକ ବିଜେପିକୁ ହଟାଇପାରିଛି ଆମ ଆଦମୀ ପାର୍ଟି । ଜିତିବା ପାଇଁ ୧୨୬ ମ୍ୟାଜିକ ନମ୍ୱର ଥିବାବେଳେ ପ୍ରାପ୍ତ ସୂଚନା ଅନୁସାରେ ୨୫୦ଟି ଓ୍ୱାର୍ଡରୁ ଆପ୍ ୧୩୦ ସିଟ୍ ଜିତିଥିବା ବେଳେ ବିଜେପି ୯୭ସିଟ୍ ହାତେଇଥିଲା । ତ୍ରିମୁଖୀ ଲଢେଇର ଶେଷ ଲଢୁଆ ଦଳ କଂଗ୍ରେସ ୭ଟିରେ ଜିତ୍ ହାସଲ କରିଛି ।

BjdElectrycity

ଦିଲ୍ଲୀ ଏମସିଡି ନିର୍ବାଚନରେ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆମ ଆଦମୀ ପାର୍ଟିରେ ଖୁସିର ଲହରି ଖେଳିଯାଇଥିଲା । ଜିତିବାଯେ ସୁନିଶ୍ଚିତ ତାହା ଫଳ ପ୍ରକାଶ ପାଇବା ଆଗରୁ ଆକଳନ କରିନେଇଥିଲା ଆପ୍ । ଆବାହକ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି, ଏବେ ଦିଲ୍ଲୀକୁ ସ୍ୱଚ୍ଛ ଓ ସୁନ୍ଦର କହିହେବ । ଆପକୁ ଜିତାଇଥିବାରୁ ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆପ୍ ର ବିପୁଳ ବିଜୟକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ କହିଛନ୍ତିଯେ, ଆପ୍ ଦିଲ୍ଲୀରୁ ୧୫ବର୍ଷର କଂଗ୍ରେସ ଶାସନକୁ ହଟାଇଥିଲା, ଏବେ ଏମସିଡିରୁ ୧୫ ବର୍ଷର ବିଜେପି ଶାସନର ଅବସାନ ଘଟାଇଛି ଆପ୍ । ସେ ଆହୁରି କହିଛନ୍ତିଯେ, ଦିଲ୍ଲୀବାସୀ ଘୃଣ୍ୟ ରାଜନୀତିକୁ ପସନ୍ଦ କରୁନଥିବା ପ୍ରମାଣ କରିଛନ୍ତି । ଦିଲ୍ଲୀବାସୀ ସ୍କୁଲ, ହସପିଟାଲ, ବିଦ୍ୟୁତ୍, ସ୍ୱଚ୍ଛତା ଓ ଭିତ୍ତିଭୂମି ପାଇଁ ଭୋଟ୍ ଦେଇଛନ୍ତି ।

ଅପରାହ୍ନ ସୁଦ୍ଧା ଭୋଟ୍ ଗଣତିକୁ ଆଧାର କରି ଦଳ ବିଜୟ ଉଲ୍ଲାସ ପାଳିବା ଆରମ୍ଭ କରିଦେଇଥିଲା । ମ୍ୟାଜିକ ନମ୍ୱର ପାର୍ ହେବା ମାତ୍ରେ ଦଳ ଭିତରେ ଆନନ୍ଦ ଉଲ୍ଲାସ । ଏପରିକି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆପ୍ କୁ ଜୟଯୁକ୍ତ କରାଇଥିବାରୁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ବି ଜଣାଇଥିଲେ ।

Leave A Reply

Your email address will not be published.