ଭୁବନେଶ୍ବର:ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଆସନ୍ତା ମେ’ ୨୧ତାରିଖରେ ସୂର୍ଯ୍ୟଙ୍କ ମିତ୍ର ନକ୍ଷତ୍ର କୃତ୍ତିକାରେ ବୁଧ ଗ୍ରହ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବନ୍ଧୁତା ଯୋଗୁଁ କିଛି ରାଶି ବେଶ୍ ଲାଭବାନ୍ ହେବେ । ସେମାନଙ୍କୁ ଧନ, ପଦୋନ୍ନତି, ବିଦେଶ ଯାତ୍ରା ଏବଂ ବ୍ୟବସାୟିକ ସଫଳତା ମିଳିବାର ସମ୍ଭାବନା ରହିଛି।
ବିଛା : ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସରକାରୀ କାମରେ ସଫଳତା ମିଳିବାର ସମ୍ଭାବନା ରହିଛି । ଚାକିରୀରେ ପଦୋନ୍ନତି ହେବ । ଦରମା ବୃଦ୍ଧିର ମଧ୍ୟ ସମ୍ଭାବନା ଅଛି । ଜବ୍ ଖୋଜୁଥିବା ଲୋକଙ୍କୁ ଜବ୍ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତିରେ ଅଂଶ ମିଳିପାରେ । କୋର୍ଟ ସମ୍ବନ୍ଧୀୟ ମାମଲାରେ ଆପଣଙ୍କ ସପକ୍ଷରେ ନିଷ୍ପତ୍ତି ଆସିବ । ବୈବାହିକ ଜୀବନ ଭଲରେ କଟିବ । ନୂଆ ଘର ଓ ଗାଡି କିଣି ପାରନ୍ତି । ଧାର ଦେଇଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ।
ବୃଷ : ବୁଧଙ୍କ ଏହି ଗୋଚର ଯୋଗୁଁ ବୃଷ ରାଶିର ଲୋକଙ୍କ ପାଇଁ ବହୁତ ଲାଭଦାୟକ । ଦୀର୍ଘ ଦିନ ଧରି ଫସି ରହିଥିବା ଟଙ୍କା ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ବିଶେଷ ଭଲ ରହିଛି । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ । ଭାଗ୍ୟଦୋୟ ହେବ , ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ସମାଜରେ ମାନସମ୍ମାନ ବଢ଼ିବ ।
କର୍କଟ: ଏହି ରାଶିର ଲୋକଙ୍କ ପାଇଁ ବିଦେଶ ଯାତ୍ରାର ସମ୍ଭାବନା ରହିଛି । କାମକୁ ନେଇ କୌଣସି ଯାତ୍ରା କରୁଥିଲେ ତାହା ସଫଳ ହେବ । ଜବ୍ ଖୋଜୁଥିଲେ ନୂଆ ଜବ୍ ମିଳିବାର ସୁଯୋଗ ରହିଛି । ଜମି ଏବଂ ସମ୍ପତ୍ତିରେ ନିବେଶ କରିବା ପାଇଁ ମଧ୍ୟ ଏକ ଅନୁକୂଳ ସମୟ । ଷ୍ଟକ୍ ବଜାରରେ ନିବେଶ କରିଲେ ଲାଭ ମିଳିବ । ବ୍ୟବସାୟରେ ବଡ଼ ଡିଲ୍ ପାଇବେ । କୌଣସି ଏକ ବଡ କାର୍ଯ୍ୟର ନେତୃତ୍ବ ନେବେ । ସଭା ସମିତିରେ ସମ୍ମାନୀତ ହୋଇ ପାରନ୍ତି । ଅଟକି ରହିଥିବା ବିବାହ ଶୀଘ୍ର ହେବ । ପ୍ରେମକୁ ନେଇ ପ୍ରତିବନ୍ଧକ ଦୂର ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ହେବ ଓ ଦରମା ବଢିବ ।
ମିଥୁନ: ବୁଧଙ୍କ ଗୋଚର ପ୍ରଭାବରେ ଏହି ରାଶି ଲୋକଙ୍କ ମନରେ ସକାରାତ୍ମକ ଶକ୍ତି ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । କ୍ୟାରିୟରକୁ ନେଇ ଅଧିକ ଫୋକସ ହେବେ । ବ୍ୟବସାୟରେ ଉନ୍ନତି ଆସିବ । ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କର ସନ୍ଧାନ ପୂରଣ ହେବ । ହଠାତ୍ ଆର୍ଥିକ ଲାଭର ସମ୍ଭାବନା ରହିଛି । ଅବିବାହିତଙ୍କ ବିବାହ ସ୍ଥିର ହେବ । ବ୍ୟବସାୟରେ ଲାଭବାନ ହେବେ ।
Comments are closed.