Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ, ଚାଷୀଙ୍କ ଠାରୁ ନେଉଥିଲେ ୨୬ ହଜାର ଲାଞ୍ଚ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ । ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ବୁଗୁଡ଼ା ବ୍ଲକ ଉଦ୍ୟାନ କୃଷି ପର୍ଯ୍ୟବେକ୍ଷକ ଉମା ଚରଣ ବେହେରା । ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଚାଷୀଙ୍କ ଫିଲ୍ଡ ଭେରିପିକେସନ୍ ରିପୋର୍ଟ ଲାଗି ଉମା ଚରଣ ୨୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଚାଷୀ ଲାଞ୍ଚ ଦେବାବେଳେ ଭିଜିଲାନ୍ସ ଉମାଙ୍କୁ ଟଙ୍କା ସହ ଧରିଥିଲା । ବୁଗୁଡ଼ା ଥାନା କର୍ଚୁଲି ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସହ ଅନ୍ୟ ଚାଷୀ ମଧ୍ୟ ଅଭିଯୋଗ କରିଥିଲେ । ଉମାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.