Latest Odisha News

ଚାଷୀ ପ୍ରସଙ୍ଗରେ ବିଧାନସଭା ଠପ୍, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାରେ ଚାଷୀ ଝଡ଼ । ଅଧିବେଶନର ଦ୍ୱିତୀୟ ଦିନରେ ବିରମ୍ବାର ଗୃହ ମୁଲତବୀ । ପ୍ରଥମେ ସାଢ଼େ ୧୧ଟା ଓ ପରେ ଅପରାହ୍ଣ ୪ଟା ଯାଏ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ଆଜି ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ଗୃହ ମଧ୍ୟଭାଗରେ ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ସମସ୍ୟା ନେଇ ନାରାବାଜି କରିଥିଲେ । ଗୃହକୁ ଚଳାଇବା ସମ୍ଭବ ହୋଇ ନଥିବାରୁ ବାଚସ୍ପତି ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।

ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଦାବି କରିଛନ୍ତି, ଟୋକନ ଓ ଚାଷୀ ସମସ୍ୟାର ସମାଧାନ ହେଉ । ଶୀଘ୍ର ଧାନ କିଣାଯାଉ । ଆଖିରେ ଆଙ୍ଗୁଠି ଗେଞ୍ଜି ବିଜେଡି ସତକୁ ମିଛ ନକରୁ ବୋଲି ସେ ଦାବି କରିଛନ୍ତି ।ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ମଣ୍ଡି ସମସ୍ୟାର ସମାଧାନ ନହେବା ଯାଏ ଗୃହ କାର୍ୟ୍ୟକୁ ଚଳାଇ ଦିଆଯିବ ନାହିଁ ।

Leave A Reply

Your email address will not be published.