Latest Odisha News

BREAKING NEWS

ବୁଲି ଯାଆନ୍ତୁ ମେଘାଳୟ, ପାଇବେ ନିଆରା ଅନୁଭୂତି

ସୁନ୍ଦର ବରଫାବୃତ ପାହାଡ଼, ମନମୁଗ୍ଧକର ଝରଣା , ବିଭିନ୍ନ ପ୍ରକାରର ଫୁଲ ପାଇଁ ପରିଚିତ ମେଘାଳୟ। ମେଘାଳୟକୁ ବାଦଲର ସହର ବୋଲି ମଧ୍ୟ କୁହାଯାଏ । ଏଠାକୁ ବୁଲିବା ପାଇଁ ଗଲେ ଆପଣ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ନିଜ ସାଥିରେ ନେଇ ଫେରିବେ।

ମେଘାଳୟର ଶିଲଙ୍ଗ ପାଖରେ ଥିବା ୱିଲିୟମସନ ସଙ୍ଗମା ଷ୍ଟେଟ ମ୍ୟୁଜିୟମକୁ ବୁଲିବାକୁ ନିଶ୍ଚୟ ଯାଆନ୍ତୁ। ଏହାସହ ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବାକୁ ଚାହୁଁଛନ୍ତି ସହରର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ୱାଡ୍ସ ହ୍ରଦ ବୁଲିପାରିବେ।

ଏଠାରେ ଥିବା ପୋଲୋ ଗ୍ରାଉଣ୍ଡସ ନିକଟରେ ଥିବା ମାର୍କେଟ ଯାଇ ସେଠାରେ ବିଭିନ୍ନ ଖାଦ୍ୟପେୟ ସହ ସପିଂର ମଧ୍ୟ ମଜା ନେଇପାରିବେ।

ଶିଲଙ୍ଗରେ ବହୁତ ଚର୍ଚ୍ଚ ମଧ୍ୟ ରହିଛି, ଯାହାର କାରୁକାର୍ଯ୍ୟ ଦେଖିଲେ ଆଖି ଲାଖିଯିବ । ଶିଲଙ୍ଗ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ମାୱଫଲଙ୍ଗରେ ଥିବା ମାୱଫଲଙ୍ଗ ପବିତ୍ର ଉପବନ ରହିଛି। ଏଠାକାର ଆଦିବାସୀ ମାନଙ୍କ ପାଇଁ ଏହି ସ୍ଥାନ ପୂଜନୀୟ ଅଟେ। ଆପଣ ଏଠାକୁ ବୁଲିବାକୁ ଗଲେ ଭ୍ରମଣର ଏକ ଭିନ୍ନ ଅନୁଭୂତି ପାଇପାରିବେ।

ଶିଲଙ୍ଗର ନିକଟରେ ଥିବା କେତେକ ମନ୍ଦିର ବୁଲିବା ସହ ଆପଣ ଚେରାପୁଞ୍ଜି ମଧ୍ୟ ବୁଲିବାକୁ ଯାଇପାରିବେ। ଅତ୍ୟଧିକ ବର୍ଷା କାରଣରୁ ଗଛର ବିଭିନ୍ନ ଅଂଶରୁ ଫୁଲ ଫୁଟିବା ଏଠାକାର ମୁଖ୍ୟ ଆକର୍ଷଣ।

ଏଠାରେ ଥିବା ଉମିୟମ ହ୍ରଦ ବୁଲିବାକୁ ଯାଆନ୍ତୁ, ଏହାର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଆପଣଙ୍କ ମନମୁଗ୍ଧ କରିଦେବ ।

ଗୌହାଟୀ ବିମାନବନ୍ଦର ଠାରେ ଓହ୍ଲାଇ ଶିଲଙ୍ଗକୁ ଯାଇପାରିବେ। ଶିଲଙ୍ଗ ଗୌହାଟି ଠାରୁ ପ୍ରାୟ ୧୩୨ କିଲୋମିଟର ଦୂରରେ ଅବସ୍ଥିତ । ପ୍ରାୟ ୪ ଘଣ୍ଟାରେ ଆପଣ ଶିଲଙ୍ଗ ପହଞ୍ଚି ଯିବେ।

Leave A Reply

Your email address will not be published.