Latest Odisha News

ନୁହ ହିଂସା: ୪ ଘଣ୍ଟା ଧରି ଚାଲିଲା ବୁଲଡୋଜର୍, ୨୦୦ ରୋହିଙ୍ଗ୍ୟାଙ୍କ ଘର ମାଟିରେ ମିଶିଲା

ନୁହ:ମଣିପୁର ପରେ ଜଳୁଛି ହରିଆଣାର ନୁହ । ମେବାତ-ନୁହ ଦଙ୍ଗାକୁ ନେଇ ସାରା ଦେଶ ପଡୁଥିବା ଉଠୁଥିବାବେଳେ ଏବେ ପୋଲିସର ନିଦ ଭାଙ୍ଗିଛି । ପ୍ରାଥମିକ ଯାଞ୍ଚ ପରେ ପୋଲିସ ରୋହିଙ୍ଗ୍ୟା ଏବଂ ଅନୁପ୍ରବେଶକାରୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ତାବଡୁ ରୋହିଙ୍ଗ୍ୟା ଏବଂ ବେଆଇନ ଭାବେ ଏଠାରେ ବସତି ସ୍ଥାପନ କରିଥିବା ଲୋକଙ୍କ ଘର ଉପରେ ବୁଲଡୋଜର ଚଲାଇ ଦେଇଛି । ଦଙ୍ଗାରେ ଏମାନେ ସାମିଲ ଥିବା ଯାଞ୍ଚରୁ ଜଣାପଡିବା ପରେ ପୋଲିସ ଏପରି ପଦକ୍ଷେପ  ନେଇଛି ।
କୁହାଯାଉଛି, ଏହି ରୋହିଙ୍ଗ୍ୟାମାନେ ହରିଆାଣା ସହର ବିକାଶ ପ୍ରାଧିକରଣର ଜମିକୁ ମାଡି ବସି ବେଆଇନ ଭାବେ ଘର କରିଥିଲେ । ପ୍ରାଥମିକ ଯାଞ୍ଚ ପରେ ଏମାନେ ଦଙ୍ଗାରେ ସାମିଲ ଥିବା ଜଣା ପଡିଥିଲା ।

ନୁହ ହିଂସାକୁ ନେଇ ୫ ଜିଲ୍ଲାରେ ୯୩ ଏଫଆଇଆର ରୁଜୁ କରାଯାଇଛି । ୧୭୬ ଜଣ ଗିରଫ ହୋଇଛନ୍ତି । କେବଳ ନୁହରେ ୪୬ ଜଣ ଗିରଫ ହୋଇଛନ୍ତି । ଗତ ସୋମବାର ନୁହରେ ବ୍ରୁଜ ମଣ୍ଡଳ ଶୋଭାଯାତ୍ରା ବାହାରିବା ସମୟରେ ଦଙ୍ଗା  ସୃଷ୍ଟି ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ଶୋଭାଯାତ୍ରା ବାହାରିଥିବାବେଳେ ପଥରମାଡ ହୋଇଥିଲା । ଫଳରେ ଦୁଇ ସଂପ୍ରଦାୟ ମଧ୍ୟରେ ଦଙ୍ଗା  ସ୍ଥିତି ଦେଖା ଦେଇଥିଲା ।ଚାହୁଁ ଚାହୁଁ ସବୁଆଡେ ଏହି ହିଂସା ବ୍ୟାପି ଯାଇଥିଲା । ଶହ ଶହ କାରରେ ନିଆଁ ଲଗାଇଦେଲେ ଦଙ୍ଗକାରୀ । ସାଇବର ଥାନା ଉପରେ ଆକ୍ରମଣ କଲେ । ପୋଲିସ କର୍ମଚାରୀଙ୍କ ଉପରକୁ ବି ଆକ୍ରମଣ କଲେ । ଦଙ୍ଗାରେ ଅତି କମରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ନୁହ ବ୍ୟତୀତ ଫରିଦାବାଦରେ ୩, ଗୁରୁଗ୍ରମରେ ୨୩, ରେବାଡିରେ ୩ ଏଫଆଇଆର ରୁଜୁ ହୋଇଛି । ପୋଲିସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ୨୩୦୦ ଭିଡିଓକୁ ଯାଞ୍ଚ କରି ସାରିଲାଣି  । ହିଂସାକୁ ପ୍ରୋତ୍ସହନ ଦେବା ଉଦ୍ଦେଶ୍ୟରେ  ଏହି ଭିଡିଓକୁ ଭାଇରାଲ କରାଯାଇଥିଲା ।

ପୋଲିସ ଯାଞ୍ଚ ରିପୋର୍ଟରୁ ଜଣାଯାଇଛି,, ଦଙ୍ଗା ଏମିତି ଅକସ୍ମାତ ହୋଇନି । ଏଥିପାଇଁ ପୂର୍ବରୁ  ପ୍ରସ୍ତୁତି କରାଯାଇଥିଲା । ଦଙ୍ଗାରେ ସଂପୃକ୍ତ ଥାଇ ଗିରଫ ହୋଇଥିବା ଅଧିକାଂଶ ପିଲାଙ୍କ ବୟସ ୧୯ରୁ ୨୫ ବର୍ଷ ଧ୫ ମଧ୍ୟରେ ହେବ । ଯାଞ୍ଚ ପରେ ଏମାନେ ସ୍ୱୀକାର କରିଥିଲେ, ଭିଡରେ ସାମିଲ ହୋଇ ବେଆଇନ ମାରଣାସ୍ତ ଧରି ଏମାନେ ଫାୟାରିଂ କରିଥିଲେ । ଫାୟାରିଂ ସହ ଲାଠି, ଇଟା, ପଥରରେ ଆକ୍ରମଣ କରିଥିଲେ । ହିଂସା ପରେ ଅଭିଯୁକ୍ତମାନେ ମେବାତର ପାହାଡି ଇଲାକାରେ ଏବଂ ରାଜସ୍ଥାନର ଜୟପୁର, ଉଦୟପୁର, ଉତ୍ତର ପ୍ରଦେଶର ମେରଠ, ଆଗ୍ରା, ଆଲିଗଡରେ ଆତ୍ମଗୋପନ କରିଥିଲେ ।

Comments are closed.