Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ବୁଲିବ ବୁଲଡୋଜର, ଆତଙ୍କୀଙ୍କ ବିରୋଧରେ ବଡ଼ ଯୋଜନା

ଶ୍ରୀନଗର: ଉତ୍ତର ପ୍ରଦେଶ ଭଳି ଜମ୍ମୁ-କାଶ୍ମୀରରେ ହେବ ବୁଲଡୋଜର ଆକ୍ସନ। ଯୋଗୀ ସରକାରଙ୍କ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି ଜମ୍ମୁ-କାଶ୍ମୀର। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି କେହି ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ଘର ଭାଙ୍ଗିଦିଆଯିବ। ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ମଧ୍ୟ ଉପ-ରାଜ୍ୟପାଳ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ସ୍ଥାନୀୟ ଲୋକ, ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ପ୍ରଶାସନ ଏକଜୁଟ ହୁଅନ୍ତି ତେବେ ଏକ ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦ ଦୂର କରାଯାଇପାରିବ। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ରାଜ୍ୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗତିବିଧିକୁ ବରଦାସ୍ତ କରାଯିବ ନାହିଁ । ଆତଙ୍କବାଦୀଙ୍କୁ ସାହାଯ୍ୟ କଲେ ବୁଲଡୋଜର ଲଗାଇ ବେଘର କରିଦିଆଯିବ । ବାରାମୁଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଲ.ଜି ମନୋଜ ସିହ୍ନା କହିଛନ୍ତି ଯେ ମୁଁ କୌଣସି ନିର୍ଦ୍ଦୋଷର କ୍ଷତି ନକରିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛି, କିନ୍ତୁ ଅପରାଧୀଙ୍କୁ ରକ୍ଷା କରାଯିବ ନାହିଁ। ଯଦି କେହି ଆତଙ୍କବାଦୀଙ୍କୁ ଆଶ୍ରୟ ଦିଅନ୍ତି, ତେବେ ତାଙ୍କ ଘର ଭଙ୍ଗାଯିବ। ଏଥିରେ କୌଣସି ଆପୋଷ ବୁଝାମଣା ହେବ ନାହିଁ। ତୁରନ୍ତ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ । ବୁଲଡୋଜର ଲଗାଇ ବେଘର କରିଦିଆଯିବ ବୋଲି ମନୋଜ ସିହ୍ନା କହିଛନ୍ତି ।

କୌଣସି ନିର୍ଦ୍ଦୋଷଙ୍କର ଯେପରି କ୍ଷତି ନହୁଏ ଏବଂ ଦୋଷୀଙ୍କ ବିରୋଧରେ କଠୋର ହେବାକୁ ସୁରକ୍ଷବଳକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ରାଜ୍ୟପାଳ। ପଡୋଶୀ ଦେଶ କାଶ୍ମୀରକୁ ଅଶାନ୍ତି କରିବାକୁ ଚେଷ୍ଟା ଚଳାଇଛି। ଏହାକୁ ନେଇ ପ୍ରଶାସନ ଯେତେ ଚିନ୍ତିତ ନୁହେଁ, ତା’ଠାରୁ ବଡ଼ ଚିନ୍ତାର ବିଷୟ ହେଲା ପଡ଼ୋଶୀ ଦେଶର ପ୍ରଲୋଭନରେ ପଡ଼ୁଛନ୍ତି ଲୋକେ। ଏଭଳି ଲୋକଙ୍କୁ ଚିହ୍ନଟ କରିବା କେବଳ ସୁରକ୍ଷାବଳ କିମ୍ବା ପ୍ରଶାସନର ନୁହେଁ, ବରଂ ସାଧାରଣ ଲୋକେ ବି ଏଥିରେ ସରକାରଙ୍କୁ ସହଯୋଗ ଦରକାର ବୋଲି ଉପରାଜ୍ୟପାଳ କହିଛନ୍ତି ।

Leave A Reply

Your email address will not be published.