Latest Odisha News

‘ବୁଲି ବାଇ’ ଆପ୍‌ ମାମଲା; ତୃତୀୟ ଅଭିଯୁକ୍ତ ଗିରଫ

ମୁମ୍ୱାଇ: ମୁମ୍ବାଇ ପୋଲିସ ବୁଧବାର ଉତ୍ତରପ୍ରଦେଶର ‘ବୁଲି ବାଇ’ ଆପ୍‌ ମାମଲାର ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଯେଉଁଥିରେ ଶହ ଶହ ମୁସଲମାନ ମହିଳାଙ୍କ ଫଟୋର ଅପବ୍ୟବହାର କରାଯାଇ ତାକୁ ନିଲାମ କରାଯାଉଥିବା ଅଭିଯୋଗ ହୋଇଛି। ଜଣେ ମହିଳା ସାମ୍ବାଦିକ ଅଭିଯୋଗ ଆଣିବା ପରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହି ମାମଲାରେ ତୃତୀୟ ଅଭିଯୁକ୍ତ ଧରାପଡ଼ିଥିବା ଜଣାପଡ଼ିଛି। ତୃତୀୟ ଅଭିଯୁକ୍ତ ଜଣଙ୍କ ମାୟାଙ୍କ ରାୱଲ ବୋଲି ଜଣାପଡ଼ିଛି। ତାଙ୍କ ବୟସ ୨୧। ମୁମ୍ବାଇର ସାଇବର ପୋଲିସର ତିନିଜଣିଆ ଟିମ୍ ତାଙ୍କୁ ଗିରଫ କରିଛି।

Comments are closed.