Latest Odisha News

BREAKING NEWS

ଜନ୍ମଦିନରେ ପ୍ରଶଂସକଙ୍କୁ ଏହି ବିଶେଷ ଉପହାର ଦେଲେ ଦୀପିକା

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ୩୬ ତମ ଜନ୍ମଦିନ। ଜନ୍ମଦିନ ଅବସରରେ ଦୀପିକା ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ବଢୁଥିବା କରୋନା ମାମଲା ମଧ୍ୟରେ ଅଧିକାଂଶ ଚଳଚ୍ଚିତ୍ରର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଉଛି।

ତେବେ ଫିଲ୍ମ ରିଲିଜ ଡେଟ୍‌ ଘୁଞ୍ଚାଯାଉଥିବା ଖବର ପ୍ରଶଂସକଙ୍କୁ ନିରାଶ କରୁଥିବା ବେଳେ ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୀତ ‘ଗେହ୍‌ରାୟି୍ଆ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବା ନେଇ ଘୋଷଣା କରିଛନ୍ତି। ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ କରିବ।

ନିର୍ମାତାମାନେ ଫିଲ୍ମର ମୋଟ ୬ ଟି ପୋଷ୍ଟର ରିଲିଜ୍ କରିଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି ଏବଂ ଏହାର ଟିଜର ମଧ୍ୟ ନିକଟରେ ରିଲିଜ୍ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶକୁନ୍ ବାତ୍ରା।

Leave A Reply

Your email address will not be published.