Latest Odisha News

BREAKING NEWS

ତୃତୀୟ ଭାରତୀୟ ବୋଲର୍ ଭାବେ ବୁମରାଙ୍କ ଟେଷ୍ଟ ହ୍ୟାଟ୍ରିକ୍ ହାସଲ

ଜାମାଇକା: ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିିକ୍ ୱିକେଟ ହାସଲ କରିବାରେ ଯଶପ୍ରୀତ ବୁମରା ତୃତୀୟ ଭାରତୀୟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି । ଜାମାଇକାଠାରେ ଅନୁଷ୍ଠିତ ହେଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚରେ ଶନିବାର ଦିନ ବୁମରା କେବଳ ଯେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ତାହାନୁହେଁ, ବରଂ ସେ ୫ଥର ଲାଗି ୫ଟି ୱିକେଟ ହାସଲ କରିବାର ରେକର୍ଡ଼ ମଧ୍ୟ କରିଛନ୍ତି ।

ପୂର୍ବରୁ ଅନ୍ୟ ଯେଉଁ ଭାରତୀୟ ବୋଲର୍ ଟେଷ୍ଟ ମ୍ୟାଚରେ ହ୍ୟାଟ୍ରିକ୍ ଅର୍ଜନ କରିଥିବାର ଗୌରବ ଅର୍ଜନ କରିଛନ୍ତି ସେମାନେ ହେଲେ ହରଭଜନ ସିଂହ ଏବଂ ଇର୍ଫାନ୍ ପଠାନ । ଏହି ଦୁଇ ଭାରତୀୟ ବୋଲର୍ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ।

ଆହୁରିମଧ୍ୟ ୨ଟି ଇନିଂସରେ ୫ଟି ୱିକେଟ ହାସଲ କରିବା ଏହା ବୁମରାଙ୍କ ଦ୍ୱିତୀୟ ସଫଳତା । ଏହି ୨୫ ବର୍ଷୀୟ ଭାରତୀୟ ବୋଲର୍ ଆଣ୍ଟିଗୁଆଠାରେ ଅନୁଷ୍ଠିତ ହୋଇଥିବା ୧ମ ଟେଷ୍ଟମ୍ୟାଚରେ ୨ଟି ଇନିଂସରେ ୫ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.