Latest Odisha News

ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା। ଆଜିଠାରୁ ଅନଲାଇନରେ ଟିକେଟ ବୁକିଂ କରୁଥିବା ରେଳ ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ସର୍ଭିସ ଚାର୍ଜ ବା ସେବା ଶୁଳ୍କ।

ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୩୦ ତାରିଖରେ ଆଇଆରସିଟିସି (ଆଇ.ଆର.ସି. ଟି.ସି.) ଦ୍ବାରା ଜାରି କରାଯାଇଥିବା ନିୟମ ଅନୁସାରେ, ପୁଣି ଲାଗୁ କରାଯିବ ସର୍ଭିସ ଚାର୍ଜ । ସାଧାରଣ ବଗି ପ୍ରତି ୧୫ ଟଙ୍କା ଏବଂ ଏସି କ୍ଲାସ ବଗି ପ୍ରତି ୩୦ ଟଙ୍କା ଶୁଳ୍କ ଆଦାୟ କରାଯିବ।

ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦିଙ୍କ ସରକାରରେ ଡିଜିଟାଲ ଇଣ୍ଡିଆର ପେମେଣ୍ଟ ବୃଦ୍ଧି କରିବା ପାଇଁ ତିନି ବର୍ଷ ତଳେ ସେବା ଶୁଳ୍କ ବନ୍ଦ କରାଯାଇଥିଲା। ଏହା ପୂର୍ବରୁ ସାଧାରଣ ବଗି ପ୍ରତି(ନନ-ଏସି) ୨୦ ଟଙ୍କା ଓ ଏସି ବଗି ପ୍ରତି ୪୦ ଟଙ୍କା ସେବା ଶୁଳ୍କ ଦେବାକୁ ପଡ଼ୁଥିଲା।

ଅନଲାଇନରେ ଟିକେଟ କାଟୁଥିବା ରେଳଯାତ୍ରୀମାନଙ୍କ ଠାରୁ ସେବା ଶୁଳ୍କ ଆଦାୟ କରିବା ପାଇଁ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଙ୍ଗ ଏଣ୍ଡ ଟୁରିଜିମ୍ କର୍ପୋରେସନ (ଆଇ.ଆର.ସି. ଟି.ସି.) କୁ ରେଲଓ୍ବେ ବୋର୍ଡ ନିର୍ଦ୍ଦେଶ ଦେଇଛି।

ଏହି ସେବା ଶୁଳ୍କକୁ କିଛିଦିନ ପାଇଁ ଅର୍ଥ ମନ୍ତ୍ରାଳୟ ଦ୍ବାରା ବନ୍ଦ କରାଯାଇଥିବା ବେଳେ ଏବେ ଅନଲାଇନ ଇ-ଟିକେଟ ପାଇଁ ପୁନର୍ବାର ସର୍ଭିସ ଚାର୍ଜ ପଡ଼ିବ ବୋଲି ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି । ସେବା ଶୁଳ୍କ ବନ୍ଦ ହେବା ଯୋଗୁଁ ଆଇ.ଆର.ସି. ଟି.ସି. କୁ ୨୦୧୬-୧୭ ଆର୍ଥିକ ବର୍ଷରେ ୨୬ ପ୍ରତିଶତ କ୍ଷତି ସହିବାକୁ ପଡିଥିବା ରେଳ ବିଭାଗ ପକ୍ଷରୁ ପ୍ରକାଶ ହୋଇଛି ।

Leave A Reply

Your email address will not be published.