Latest Odisha News

BREAKING NEWS

ବିଶ୍ୱକପ ପୂର୍ବରୁ ଫିଟ ହୋଇଯିବେ ବୁମରାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବିସିସିଆଇର ତାଜା ଅପଡେଟ ଅନୁସାରେ ଷ୍ଟାର ପେସର ଯଶପ୍ରୀତ ବୁମରାହ ଯେତେଦୂର ସମ୍ଭବ ଦିନିକିଆ ବିଶ୍ୱକପ ପୂର୍ବରୁ ଫିଟ ହୋଇ ଯାଇଥିବେ । ପିଠି ସମସ୍ୟା ଯୋଗୁ ବୁମରାହ ୨୦୨୨ରୁ ପ୍ରାୟତଃ କ୍ରିକେଟଠାରୁ ଦୂରେଇ ରହିଛନ୍ତି । ଏସିଆ କପ, ଆଇସିସି ଟି୨୦ ବିଶ୍ୱକପ ଓ ଚଳିତ ଆଇପିଏଲରେ ମଧ୍ୟ ଖେଳି ପାରି ନାହାନ୍ତି । ପିଠି ସର୍ଜରୀ ପରେ ତାଙ୍କୁ ୬ମାସ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ସେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବାରୁ ଫିଟ ହେବା ନେଇ ଆଶା ସଂଚାର ହୋଇଛି ।

BjdElectrycity

ବୁମରାହ ଭାରତୀୟ କ୍ରିକେଟ ଟିମ ପକ୍ଷରୁ ୩୦ ଟେଷ୍ଟ, ୭୨ ଦିନିକିଆ ଓ ୬୦ ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଯଥାକ୍ରମେ ୧୨୮, ୧୨୧ ଓ ୭୦ ୱିକେଟ ହାସଲ କରି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିପାରିଛନ୍ତି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୨୦ ମ୍ୟାଚ ଖେଳି ୧୪୫ ୱିକେଟ ଅକ୍ତିଆର କରିଛନ୍ତି । ବୁମରାହ ଏବଂ ରିଷଭ ପନ୍ତ ଆଘାତ ସମସ୍ୟାରେ ପଡିବା ଯୋଗୁ ଭାରତର ଟିମ କମ୍ବିନେଶନ ବିଗିଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.