Latest Odisha News

BREAKING NEWS

କଣ୍ଟ ପୂରିବା ପୂର୍ବରୁ ସରକାରୀ ବଙ୍ଗଳା ଛାଡିଲେ ରାହୁଲ ଗାନ୍ଧୀ; ଟ୍ରକ୍‌ରେ ଜିନିଷପତ୍ର ଲଦି ଚାଲିଲେ ୧୦ ଜନପଥ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରକାରୀ ବାସଭବନ ଛାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗତକାଲି (ଏପ୍ରିଲ ୧୪) ଦିଲ୍ଲୀର ୧୨ ତୁଗଲକ୍ ଲେନ୍ରେ ଥିବା ତାଙ୍କର ସରକାରୀ ବାସଭବନକୁ ଖାଲି କରିଦେଇଛନ୍ତି ରାହୁଲ। ଏକ ଟ୍ରକ୍‌ ଯୋଗେ ସବୁ ଜିନିଷପତ୍ର ବୋହି ନେଇ ୧୦ ଜନପଥକୁ ଚାଲିଯାଇଛନ୍ତି ରାହୁଲ। ୧୦ ଜନପଥରେ ସୋନିଆ ଗାନ୍ଧୀ ରହୁଛନ୍ତି। ରାହୁଲ ଏବେ ସେଇଠି ତାଙ୍କ ମାଆଙ୍କ ପାଖରେ ରହିବେ ବୋଲି ସୂଚନା ମିଳିଛି।

୨୦୦୫ରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଅମେଠୀରୁ ସାଂସଦ ନିର୍ବାଚିତ ହେବା ପରେ ତାଙ୍କୁ ଦିଲ୍ଲୀର ୧୨ ତୁଗଲକ୍ ଲେନ୍ରେ ସରକାରୀ ବଙ୍ଗଳା ଦିଆଯାଇଥିଲାସେବେଠାରୁ ସେ ଏଇଠି ରହି ଆସୁଥିଲେ। ହେଲେ ମୋଦୀ ସାଙ୍ଗିଆକୁ ନେଇ ହୋଇଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ମାର୍ଚ୍ଚ ୨୩ ତାରିଖରେ ରାହୁଲ ଗାନ୍ଧୀଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ଗୃହ ଆବଣ୍ଟିତ କରୁଥିବା ଠିକା ସଂସ୍ଥା। ଆଉ କଣ୍ଟ ନ ପୂରୁଣା ରାହୁଲ ତାଙ୍କ ସବୁ ଜିନିଷ ନେଇ ବଙ୍ଗଳା ଛାଡ଼ି ଚାଲିଯାଇଛନ୍ତି।

ସୂଚନା ଥାଉକି, ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ଏକ ରାଲିରେ ଯୋଗ ଦେଇ ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଲଳିତ ମୋଦୀ, ନିରବ ମୋଦୀ ସୁଶୀଲ ମୋଦୀ ସବୁ ଚୋରଙ୍କ ନାଁ ମୋଦୀ କାହିଁକି ବୋଲି ରାହୁଲ କହିଥିଲେ। ଯାହାକୁ ନେଇ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା କରିଥିଲେ ବିଜପି ନେତା ପୂର୍ଣ୍ଣେସ ମୋଦୀ।

ମାର୍ଚ୍ଚ ୨୩ ତାରିଖରେ ସୁରଟ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ସୁରଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସର୍ବାଧିକ ବର୍ଷ ଜେଲ୍ ଦଣ୍ଡ ସହ ୧୫ ହଜାର ଟଙ୍କା ଫାଇନ କରିଥିଲେଆଉ ନିୟମ ଅନୁସାରେ ରାହୁଲ ଗାନ୍ଦୀଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା ସଂସଦ।

Leave A Reply

Your email address will not be published.