Latest Odisha News

ତୃତୀୟ ଟେଷ୍ଟ ଖେଳି ନ ପାରନ୍ତି ବୁମରାହ

ବିଶାଖପଟନମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ବଳରେ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ସେ ୯୧ ରନରେ ୯ଟି ୱିକେଟ ହାସଲ କରିଥିଲେ । ତେବେ କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ତୃତୀୟ ଟେଷ୍ଟରେ ବୁମରାହ ଖେଳି ନ ପାରନ୍ତି । ତାଙ୍କୁ ଟିମ ମ୍ୟାନେଜମେଂଟ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି । ତାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ରବୀନ୍ଦ୍ର ଜାଡେଜା ତାଙ୍କ ଆଘାତ ସମସ୍ୟାରୁ ମୁକୁଳି ନ ଥିବାରୁ ତାଙ୍କ ଖେଳିବା ସମ୍ଭାବନା ମଧ୍ୟ କ୍ଷୀଣ ରହିଛି ।

ବ୍ୟକ୍ତିଗତ କାରଣ ଦର୍ଶାଇ ବିରାଟ କୋହଲି ମଧ୍ୟ ୨ଟି ମ୍ୟାଚରୁ ଓହରି ଯାଇଥିଲେ । ସେ ତୃତୀୟ ଟେଷ୍ଟରେ ମଧ୍ୟ ଦଳକୁ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି । କୋହଲି ପୂନର୍ବାର ବାପା ହେବାକୁ ଯାଉଛନ୍ତି ବୋଲି ଏବି ଡିଭିଲର୍ସ ସୂଚନା ଦେବା ପରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ରାଜକୋଟରେ ଫେବୃୟାରୀ ୧୫ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟରେ କେଏଲ ରାହୁଲ ଖେଳିବା ନେଇ ସବୁଜ ସଙ୍କେତ ମିଳିଛି ।

Comments are closed.