Latest Odisha News

BREAKING NEWS

ବ୍ୟବସାୟୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା ସନ୍ଦେହ

ଢେଙ୍କାନାଳ: ପ୍ରତିଷ୍ଠିତ ବ୍ୟବସାୟୀ ବଳରାମ ସାହୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର। ସେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକ ସ୍ଥିତ ଘର ସମ୍ମୁଖରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କେଉଁ କାରଣରୁ ସେ ଏପରିକାଣ୍ଡ ଘଟାଇଛନ୍ତି ବା କେହି ହତ୍ୟା କରିଛନ୍ତି ତାହା ଏଯାଏ ସ୍ପଷ୍ଟ ଜଣାପଡିନି।
ଆଜି ସନ୍ଧ୍ୟାରେ ଦୁଇ ପୁଅ ଘରେ ନଥିବା ବେଳେ ବଡ ବୋହୂ ଓ ଦୁଇ ନାତୁଣୀ ଘର ଭିତରେ ଥିଲେ । ବଳରାମ ସାହୁଙ୍କର ସଦର ଥାନା ଗୁଣଦେଇପୁର, ନମିଚିରାରେ କ୍ରସର ସହ ଗୁଣିଦେଇପୁରରେ ଇଟା ବ୍ୟବସାୟ ରହିଛି । ସେହି ଅଞ୍ଚଳରେ ସେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ଥିବା ବେଳେ ତାଙ୍କର ଏପରି ମୃତ୍ୟୁ ସହରରେ ଶୋକର ଛାୟା ଖେଳାଇଦେଇଛି । ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.