Latest Odisha News

BREAKING NEWS

ଏସିଆ କପ ପୂର୍ବରୁ ଦଳରେ ସାମିଲ ହୋଇପାରନ୍ତି ବୁମରାହ, ଶ୍ରେୟାଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦିନିକିଆ ବିଶ୍ୱକପ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଘରୋଇ ପରିବେଶରେ ବିଶ୍ୱକପ ଖେଳିବା ପୂର୍ବରୁ ଭାରତ ଏସିଆ କପରେ ଅଂଶଗ୍ରହଣ କରିବ । ରିପୋର୍ଟ ମୁତାବକ ଆଘାତପ୍ରାପ୍ତ ଷ୍ଟାର ଖେଳାଳି ଯଶପ୍ରୀତ ବୁମରାହ, ଶ୍ରେୟାଶ ଆୟାର ଓ ରିଷଭ ପନ୍ତ ଦ୍ରୁତ ଭାବେ ଫିଟ ହେଉଛନ୍ତି । ଏପରିକି ଏସିଆ କପ ପୂର୍ବରୁ ବୁମରାହ ଓ ଆୟାର ଦଳକୁ ଫେରି ପାରନ୍ତି । ବୁମରାହ ଏନସିଏରେ ବୋଲିଂ ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଆସନ୍ତା ମାସରେ ଆୟର୍ଲାଣ୍ଡ ଗସ୍ତରେ ବୁମରାହ ଓ ଶ୍ରେୟାଶ ସାମିଲ ହେବା ଆଶା ବୃଦ୍ଧି ପାଇଛି । ଏନସିଏ ଭିଭିଏସ ଲକ୍ଷ୍ମଣଙ୍କ ତତ୍ୱାବଧନରେ ସେମାନେ ଅଭ୍ୟାସ କରୁଛନ୍ତି ।

BjdElectrycity

ସେହିପରି ପ୍ରସିଦ୍ଧ କ୍ରିଷ୍ଣା ଓ କେଏଲ ରାହୁଲ ମଧ୍ୟ ଫିଟନେସ ସମସ୍ୟାରୁ ଓହରିବାରେ ଲାଗିଛନ୍ତି । ପନ୍ତଙ୍କ ନେଇ ଏନସିଏ ପକ୍ଷରୁ ସ୍ପଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ । କମ ସମୟ ମଧ୍ୟରେ ଷ୍ଟାର ଖେଳାଳିଙ୍କ ଆଘାତ ସମସ୍ୟା ଟିମ କମ୍ବିନେଶନ ବିଗାଡି ଦେଇଥିଲା । ବିଶ୍ୱକପ ପୂର୍ବରୁ ବିସିସିଆଇ ଫର୍ମ ଓ ଫିଟ ଥିବା ଦଳ ଚୟନ କରିବାକୁ ଚାହୁଁଛି ।

Leave A Reply

Your email address will not be published.