Latest Odisha News

ନୂତନ ଉପଲବ୍ଧି ହାସଲ କରିପାରନ୍ତି ବୁମରାହ, କୋହଲି

ଆଡିଲେଡ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇ ଭାରତ ୨-୦ର ଅଗ୍ରଣୀ ହାସଲ କରିବା ପାଇଁ ଚାହିବ । ଆଡିଲେଡରେ ୧୩ରୁ ଭାରତ ୮ ଟେଷ୍ଟରେ ପରାଜୟବରଣ କରିଛି । ଗତ ଥର ଭାରତ ଏଠାରେ ୩୬ ରନରେ ଅଲଆଉଟ ହୋଇ ଯାଇଥିଲା । ଏହି ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ଯଶପ୍ରୀତ ବୁମରାହ ନୂତନ କୀର୍ତିମାନ ସ୍ଥାପନ କରିପାରନ୍ତି । ଅଷ୍ଟ୍ରେଲିଆରେ ୱିକେଟର ଅର୍ଦ୍ଧଶତକ ପୂରଣ କରିବା ପାଇଁ ବୁମରାହଙ୍କୁ ୧୦ଟି ୱିକେଟର ଆବଶ୍ୟକତା ରହିଛି । ସେ ୧୬ଟି ଇନିଂସରେ ୪୦ ୱିକେଟ ନେଇଛନ୍ତି । ପର୍ଥ ଟେଷ୍ଟରେ ବୁମରାହ ୮ଟି ୱିକେଟ ଅକ୍ତିଆର କରି ଭଲ ଫର୍ମରେ ଥିବା ସୂଚନା ଦେଇଛନ୍ତି ।

ସେହିପରି ବିରାଟ କୋହଲି ଆଡିଲେଡରେ ସ୍ୱତନ୍ତ୍ର ଉପଲବ୍ଧି ହାସଲ କରିପାରନ୍ତି । କୋହଲି ଅଷ୍ଟ୍ରେଲିଆରେ ୯ ଶତକ ହାସଲ କରିଛନ୍ତି । ସେ ଆଉ ଗୋଟିଏ ଶତକ ମାରିଲେ ଷ୍ଟିଭ ସ୍ମିଥଙ୍କୁ ପଛରେ ପକାଇଦେବେ । ସ୍ମିଥ ମଧ୍ୟ ଭାରତ ବିପକ୍ଷରେ ୯ ଶତକ ମାରିଛନ୍ତି । ଶୁଭମନ ଗିଲ ଆଉ ୫୬ ରନ କଲେ ଅଷ୍ଟ୍ରେଲିଆରେ ୫୦୦ ରନ ପୂର୍ଣ୍ଣ କରିବେ । ସେହିପରି ରବିଚନ୍ଦ୍ରନ ଅଶ୍ୱୀନ ଆଉ ୧୪ ୱିକେଟ ହାସଲ କଲେ ୫୫୦ ୱିକେଟ ସଫଳତା ହାସଲ କରିବେ । ସୂଚନାଯୋଗ୍ୟ, ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ବାକିଥିବା ୪ଟି ମ୍ୟାଚରେ ଅତି କମରେ ୨ଟି ବିଜୟ ଏବଂ ଗୋଟିଏ ଡ୍ର ରଖିବାକୁ ପଡିବ ।

Comments are closed.