ମୁକ୍ତିଲାଭ ଅପେକ୍ଷାରେ ଫିଲ୍ମ ‘ବଣ୍ଟି ଔର୍ ବବ୍ଲି ୨’
ମୁମ୍ବାଇ: ‘ବଣ୍ଟି ଔର୍ ବବ୍ଲି ୨’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବରୁଣ ଶର୍ମା କହିଛନ୍ତି, ‘ବଣ୍ଟି ଔର୍ ବବ୍ଲି ୨’ ବଡ଼ ପରଦାରେ ଆସିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଲାଣି।
‘ବଣ୍ଟି ଔର୍ ବବ୍ଲି ୨’ରେ ସୈଫ୍ ଅଲ୍ଲୀ ଖାନ୍ ଏବଂ ରାନୀ ମୁଖାର୍ଜୀ ତୃତୀୟ ଥର ପାଇଁ ଏକାଠି କାମ କରୁଛନ୍ତି ଏବଂ ଫିଲ୍ମରେ ସେମାନେ ଉଭୟ ମୂଳ ବଣ୍ଟି ଏବଂ ବବ୍ଲି ଭୂମିକାରେ ଅଭିନୟ କରିବେ। ଏହାପୂର୍ବରୁ ଦୁହେଁ ‘ହମ୍ ତୁମ୍’ ଏବଂ ‘ତା ରା ରମ୍ ପମ୍’ ଭଳି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି।
ଏହି ଚଳଚ୍ଚିତ୍ରଟି ୟଶ୍ ରାଜ ଫିଲ୍ମର ବ୍ୟାନରରେ ନିର୍ମିତ। ୟଶ୍ ରାଜ ଫିଲ୍ମସ୍ର ଏକ ଅଫିସିଆଲ୍ ପୋଷ୍ଟରେ କୁହାଯାଇଛି ଯେ କରୋନାକୁ ଦୃଷ୍ଟିରେ ରଖି ଏଥିପାଇଁ ଲାଗୁ କରାଯାଇଥିବା ସମସ୍ତ ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହାର ସୁଟିଂ ଶେଷ ହୋଇଛି।
ୟଶ୍ ରାଜ ଫିଲ୍ମସ କାଷ୍ଟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ମୁଖାର୍ଜୀ ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଶର୍ବରୀ ୱାଗ ମଧ୍ୟ ନଜର ଆସିଛନ୍ତି। ତେବେ ୧୧ ବର୍ଷ ପରେ ସୈଫ୍ ଏବଂ ରାନୀଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ।
୨୦୦୫ ମସିହାରେ ‘ବଣ୍ଟି ଔର୍ ବବ୍ଲି’ର ପ୍ରଥମ ଭାଗରେ ରାନୀ ମୁଖାର୍ଜୀଙ୍କ ସହିତ ଅଭିଷେକ ବଚ୍ଚନ ଅଭିନୟ କରିଥିଲେ। ଚଳଚ୍ଚିତ୍ର ‘ବଣ୍ଟି ଔର୍ ବବ୍ଲି ୨’ ୨୬ ଜୁନ୍ ୨୦୨୦ ରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ କରୋନା ଯୋଗୁ ଏହାର ସୁଟିଂ ଠିକ୍ ସମୟରେ ଶେଷ ହୋଇ ପାରିନଥିଲା।।
Comments are closed.