Latest Odisha News

BREAKING NEWS

ବାପା କ୍ଷମତାରେ ଥିବାରୁ ପୁଅର ନାହିଁ ଡର, ରାସ୍ତା ମଝିରେ ଘଟାଇଲା ଉନ୍ମୁକ୍ତ କାଣ୍ଡ, ପ୍ରେମିକା ଉପରେ ଚଢାଇଦେଲା କାର

ମୁମ୍ବାଇ: ‘ପ୍ରେମିକର ସତ ଜାଣିଦେଲି ବୋଲି ପ୍ରଥମେ ମୋତେ ମାଡ ମାରିଲା । ପରେ ମୋ ଉପରେ କାର୍ ଚଢ଼ାଇ ଦେଲା ଆଉ ମୋତେ ରାସ୍ତା ଉପରେ ମରିବାକୁ ଛାଡ଼ି ଦେଲା ’। ଇଏ ହେଉଛି ହସ୍ପିଟାଲ ବେଡରେ ପଡି ରହିଥିବା ୨୬ ବର୍ଷୀୟା ବ୍ୟୁଟିସିଆନ ପ୍ରିୟା ଉମେନ୍ଦ୍ର ସିଂହଙ୍କ ବୟାନ । ମହାରାଷ୍ଟ୍ର ଠାଣେର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରେମିକାଙ୍କ ଉପରେ କାର୍ ଚଢାଇ ଦେଇଛି ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକାଙ୍କର ଚାଲିଛି ଚିକିତ୍ସା । ଅଭିଯୁକ୍ତ ପ୍ରେମିକ ଅଶ୍ଵଜିତ ଗାଏକୱାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଅନିଲ ଗାଏକୱାଡଙ୍କ ପୁଅ।

ଖବର ମୁତାବକ, ଗତ ୪ ବର୍ଷ ହେବ ପ୍ରିୟା ଏବଂ ଅଶ୍ୱଜିତଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି । ତେବେ କିଛି ଦିନ ତଳେ ପ୍ରିୟା ଅଶ୍ୱଜିତଙ୍କୁ ଦେଖାକରିବା ପାଇଁ ମୁମ୍ବାଇର ଥାନେ ଅଞ୍ଚଳରେ ଏକ ହୋଟେଲକୁ ଯାଇଥିଲେ । ସେଠାରେ ସେ ଅଶ୍ୱଜିତ ଏବଂ ତାଙ୍କ ପତ୍ନୀଙ୍କୁ ଦେଖିଥିଲେ । ପରେ ଅଶ୍ୱଜିତ ବିବାହିତ ବୋଲି ପ୍ରିୟା ଜାଣିବାକୁ ପାଇଥିଲେ । ପରେ ପ୍ରିୟା ଅଶ୍ଵଜିତଙ୍କୁ ଡାକି ଏବିଷୟରେ କଥା ହେବାକୁ ଚାହିଁଥିଲେ । କିନ୍ତୁ ସେଠାରେ ପ୍ରିୟା ଏବଂ ଅଶ୍ୱଜିତଙ୍କ ମଧ୍ୟରେ ଭୀଷଣ ଝଗଡା ହୋଇଥିଲା । ସେଠାରେ ଥିବା ଅଶ୍ୱିଜିତଙ୍କ ସାଙ୍ଗ ପ୍ରିୟାକୁ ମାଡ ମାରିଥିଲେ । ପରେ ଅଶ୍ଵଜିତ ନିଜ ଏସୟୁଭି ଚଢ଼ାଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ । ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ସେ ଉଲ୍ଲେଖ କରିଛନ୍ତି । ଏହି ଆକ୍ରମଣରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଚୋଟ ଲାଗିଛି।

ହସ୍ପିଟାଲ ବେଡରେ ପ୍ରିୟା ଏବେ ଅକଥନୀୟ ଯନ୍ତ୍ରଣା ପାଉଥିବା ବେଳେ ଅଶ୍ୱଜିତ ଜଣେ ପ୍ରଶାସନିକ ପୁଅ ହୋଇଥିବାରୁ ପୋଲିସ ତାଙ୍କ ନାମରେ କେସ୍‌ ଦାୟର କରିନଥିଲା । ଏହାପରେ ପ୍ରିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସଂପୂର୍ଣ୍ଣ ଘଟଣା ବିଷୟରେ ସେୟାର କରିଥିଲେ । ପୋଷ୍ଟ ଭାଇରଲ ହେବା ପରେ କେସ୍‌ ଦାୟର କରିଥିଲା ପୋଲିସ । ମାମଲା ରୁଜୁ ହେବା ପରେ ପୋଲସ ଏହି ଘଟଣାର ଛାନଭିନ୍‌ କରୁଛି । ସମସ୍ତ ୩ ଜଣ ଅଭିଯୁକ୍ତଙ୍କ ନାମରେ କେସ୍‌ କରାଯାଇଛି ।

 

 

Comments are closed.