Latest Odisha News

BREAKING NEWS

ସଂସଦ ଭବନ ସୁରକ୍ଷା ମାମଲା: ୬ଷ୍ଠ ଅଭିଯୁକ୍ତ ଗିରଫ, ଇନଷ୍ଟା ଭିଡିଓ କରି ଯୁବଗାେଷ୍ଠୀଙ୍କ ବ୍ରେନୱାଶ କରୁଥିଲା

ନୂଆଦିଲ୍ଲୀ:ସଂସଦ ସୁରକ୍ଷା ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ମାଷ୍ଟର ମାଇଣ୍ଡ ଲଳିତ ଝାଙ୍କ ସାଥୀ ମହେଶ କୁମାବତଙ୍କୁ ଗରିଫ କରିଛି । ଏହାକୁ ମିଶଇ ଏହି ମାମଲାରେ ମୋଟ ୬ ଜଣ ଗିରଫ ହେଲେଣି । ମହେଶ ଲଳିତଙ୍କ ସହ ଥାନାକୁ ଆସିଥିଲା । ପୋଲିସ ମହେଶଙ୍କୁ ଥାନାକୁ ଆଣି ଜେରା କରୁଛି । ମହେଶ ଲଳିତଙ୍କୁ ଏହି ଷଡଯନ୍ତ୍ର ରଚିବାରେ ସାହଯ୍ୟ କରିଥିବା ଅଭିଯୋଗ ହୋଇଛି ।

ଲଳିତ ଶାହ ଗିରଫ ହେବା ପରେ ପୋଲିସ ମହେଶଙ୍କୁ ବି ଖୋଜୁଥିଲା । ପୋଲିସ ଟିମ ମହେଶ ରହୁଥିବା ସମ୍ଭାବ୍ୟ ସ୍ଥାନ ମାନଙ୍କରେ ଛାପା ମାରିଥିଲା ।

ରାଜସ୍ଥାନାର ନାଗୌର ଜିଲ୍ଲା ନିବାସୀ ଥିଲା ମହେଶ । ଡିସେମ୍ବର ୧୩ରେ ଦିଲ୍ଲୀ ଆସିଥିଲା । ସୁରକ୍ଷା ଭବନ ମଧ୍ୟରେ ଦୁଇ ଜଣ ବ୍ୟକ୍ତି ପଶିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଲଳିତ ଝା ଫରାର ହେବା ପରେ ମହେଶଙ୍କ ଘରେ ଆଶ୍ରୟ ନେଇଥିଲେ । ୪ ଜଣ ଅଭିଯୁକ୍ତଙ୍କ ମୋବାଇଲ ଫୋନ ନଷ୍ଟ କରବାରେ ମହେଶ ଲଳିତଙ୍କୁ ସହଯୋଗ କରିଥିଲା ବୋଲି ପୋଲିସ କହିଛି ।

ପୋଲିସ ମହୋଶଙ୍କ ଇନଷ୍ଟା ଆକାଉଣ୍ଟ ଡିକୋଡ କରିଦେଇଛି । ମହେଶର ଇନଷ୍ଟା ଆକାଉଣ୍ଟରୁ ଅନେକ ତଥ୍ୟ ପୋଲିସ ହାସଲ କରିଛି । ପୋଲିସ ତଥ୍ୟରୁ ଜଣାପଡିଛି, ଏହି ଆକାଉଣ୍ଟରୁ କ୍ରାନ୍ତି ନାମରେ ଯୁବକମାନଙ୍କ ବ୍ରେନ ୱାସ କରିବା ସହ ସେମାନଙ୍କୁ ଭଡକାଉଥିବା ଅଭିଯୋଗ ଆସିଛି ।

ଏହି ଅଭିଯୁକ୍ତ କ୍ରାନ୍ତିକାରୀଙ୍କ ଫଟୋ ବ୍ୟବହାର କରି ସରକାରୀ ବିରୋଧୀ ଭିଡିଓ ତିଆରି କରୁଛନ୍ତି । ଏହି ଭିଡିଓ ସାହାଯ୍ୟରେ ଯୁବଗୋଷ୍ଠୀର ବ୍ରେନ ୱାଶ କରୁଛନ୍ତି । ପୋଲିସ ଜେରା ବେଳେ ଏହି ଭିଡିଓ ସବୁକୁ ଅଭିଯୁକ୍ତଙ୍କ ସାମ୍ନାରେ ରଖି ଜେରା କରିଥିଲା । ପୋଲିସର କହିବା ଅନୁଯାୟୀ, ଲଳିତ ଝା ଜେରାବେଳେ କହିଛି, ସଂସଦର ସୁରକ୍ଷା ବିପନ୍ନ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ଥିଲା ଅରାଜକତା ସୃଷ୍ଟି କରିବା  । ଏହି ଘଟଣା ଘଟିବା ପୂର୍ବରୁ ସେ ଅନ୍ୟ ଅଭିଯୁକ୍ତଙ୍କ ସହ ଏକାଧିକବାର ସାକ୍ଷାତ କରିଛି । ସମସ୍ତଙ୍କ ସହ ମିଳିତ ବୈଠକରେ  କାର୍ଯ୍ୟକ୍ରର ନକ୍ସା ପ୍ରସ୍ତୁତ କରାଯାଇଥିଲା । ଘଟଣା ଘଟିବା ପରେ ଲଳିତ ଝା ରାଜସ୍ଥାନାର ନାଗୌର ପଳାଇଥିଲା ।

Leave A Reply

Your email address will not be published.