Latest Odisha News

BREAKING NEWS

[ଭାଇରାଲ ଭିଡ଼ିଓ] ସମୁଦ୍ରରେ ବିସ୍ଫୋରଣ, ବୁଡିଗଲା ୧୫୦ ଫୁଟ୍‌ର ବିଳାସମୟ ନୌକା !

ଭୁବନେଶ୍ୱର: ସମୁଦ୍ର ମଝିରେ ତୀବ୍ର ବିସ୍ଫୋରଣ । ପ୍ରଥମେ ଜଳିଲା ପରେ ବୁଡିଗଲା ୧୫୦ଫୁଟ୍‌ର ବିଳାସମୟ ନୌକା । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଏହାକୁ ଜାରି କରିଛି ଇଟାଲୀୟ କୋଷ୍ଟ ଗାର୍ଡ ।

ଭିଡିଓରେ ସ୍ପଷ୍ଟ ଭାବେ ଏକ ବିରାଟ ବିଳାସମୟ ନୌକାରେ ନିଆଁ ଲାଗିଥିବାର ଦେଖାଯାଇପାରେ । ଲେଡି ଏମଏମ୍ ନାମକ ଏହି ନୌକାର ଦାମ ୧୦ମିଲିଅନ୍ ୟୁରୋ । କାପ୍ରିରୁ ସାର୍ଦ୍ଦିନିଆ ଯାଉଥିବାବେଳେ ମଙ୍ଗଳବାର ସକାଳୁ ନୌକାରେ ନିଆଁ ଲାଗିଯାଇଥିଲା ।ସାର୍ଦ୍ଦନିିଆଠାରୁ ମାତ୍ର ୫୦ମାଇଲ ଦୂରରେ ହିଁ ନୌକାରେ ଭୀଷଣ ନିଆଁ ଲାଗିଥିଲା । ଉଦ୍ଧାର ପାଇଁ ଏକ ହେଲିକପ୍ଟର ଓ ଦୁଇଟି ଉଦ୍ଧାରକାରୀ ନୌକା ପହଂଚିଥିଲେ ବି ଦେଖୁଦେଖୁ ପ୍ରଚଣ୍ଡ ବିସ୍ଫୋରଣରେ ନୌକାଟି ସମୁଦ୍ର ଗର୍ଭରେ ବୁଡିଯାଇଥିଲା ।

ନୌକାଟି ବୁଡିଯାଇଥିଲେ ବି ୯ଜଣ କର୍ମଚାରୀ ସମେତ ୮ଜଣ କଜାଖିସ୍ତାନ ନାଗରିକ ଜୀବନ ବଂଚାଇବାରେ ସଫଳ ହୋଇଥିଲେ । ୨୦୦୩ରେ ନିର୍ମିତ ହୋଇଥିବା ଏହି ନୌକା ୧୮ହଜାର ଗ୍ୟାଲନ୍ ଇନ୍ଧନ ବୋହିପାରେ । ତେବେ ନୌକାରେ ନିଆଁ କିପରି ଲାଗିଥିଲା ତାହା ଜାଣିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ।

Comments are closed.