Latest Odisha News

BREAKING NEWS

ଏୟାର ଇଣ୍ଡିଆ କର୍ମଚାରୀ ପିନ୍ଧି ପାରିବେନି ଜିନ୍ସ ଓ ସର୍ଟ୍ସ

ନୂଆଦିଲ୍ଲୀ: ବିମାନ କମ୍ପାନୀ ଏୟାର ଇଣ୍ଡିଆର କର୍ମଚାରୀ ମାନେ ପିନ୍ଧି ପାରିବେନି ଜିନ୍ସ, ଟି-ସାର୍ଟ।

କମ୍ପାନୀ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ କର୍ମଚାରୀ ମାନେ ଜିନ୍ସ, ଟି-ସାର୍ଟ, ପୋଲୋ, ସ୍ଲିପର, ସେଣ୍ଡେଲ୍‌, କଟାଫଟା ଜିନ୍ସ, ଲୋ କଟ୍‌, ଟ୍ରାନ୍ସପରେଣ୍ଟ ପୋଷାକ ଆଦି ପିନ୍ଧି ପାରିବେ ନାହିଁ ।

ଏଥିସହିତ ପୋଷାକ ସଫା ସୁତୁରା ଓ ଇସ୍ତ୍ରୀ ହୋଇଥିବା ଦରକାର ବୋଲି ଉକ୍ତ ସର୍କୁଲାରରେ କୁହାଯାଇଛି । ଏସବୁର ଉଲ୍ଲଘଂନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାଛଡା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସମସ୍ତ କର୍ମଚାରୀ ମାନେ ଏୟାର ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର ଏବଂ ସେମାନଙ୍କର ପୋଷାକ ପତ୍ର କମ୍ପାନୀର ଛବି ଉପରେ ପ୍ରଭାବ ପକାଇଥାଏ ।

ଜାରି ସର୍କୁଲାର ଅନୁଯାୟୀ ପୁରୁଷ କର୍ମଚାରୀ ମାନେ ଫରମାଲ୍ ଟ୍ରାଉଜର ଓ ସାର୍ଟ ପିନ୍ଧିବେ ଏବଂ ମହିଳା କର୍ମଚାରୀ ମାନେ ଫରମାଲ୍ ଇଣ୍ଡିଆନ୍ କିମ୍ବା ୱେଷ୍ଟର୍ନ ପୋଷାକ ପରିଧାନ କରିବେ ।

Leave A Reply

Your email address will not be published.