Latest Odisha News

BREAKING NEWS

ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଲଟକିଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

କଟକ: ବାଙ୍କୀ ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍ । ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବସଟି ଲଟକି ରହିଛି । ବସଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନା ମୂତାବକ କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ –ସୁବର୍ଣ୍ଣପୁର ବ୍ରିଜରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ବସଟି ଅନୁଗୁଳରୁ ଭୁବନେଶ୍ବରକୁ ଆସୁଥିବାବେଳେ ଏହି ଅଘଟଣ ଘଟିଛି । ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେଇଛି  । ଫଳରେ ବସଟି ମହାନଦୀରେ ନପଡି ବ୍ରିଜରେ ଝୁଲି ରହିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।  ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନି ।

Leave A Reply

Your email address will not be published.