Latest Odisha News

BREAKING NEWS

ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବି

ଭୁବନେଶ୍ୱର: ସୁରୁଖୁରୁରେ ଚାଲିପାରୁନି ବିଧାନସଭା । ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲି ସରିବାକୁ ଥିବାବେଳେ ଆଜି ମଧ୍ୟ ବିରୋଧିଙ୍କ ହଟ୍ଟଗୋଳ ପାଇଁ ମୁଲତବି ରହିଲା ଗୃହ । ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ବିରୋଧି ନାରାବାଜି କରିବା ଆରମ୍ଭ କରିଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବା ଦାବି କରି ନାରାବାଜି ଲଗାଇଛନ୍ତି ବିରୋଧି ।

ସୂଚନା ଅନୁସାରେ, ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତ ହୋଇଥିବା ୨ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଓ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ପ୍ରବଳ ହଟ୍ଟଗୋଳ କରିଛି ବିଜେପି । ବିଜେପି ସାଂସଦଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

Leave A Reply

Your email address will not be published.