Latest Odisha News

BREAKING NEWS

ହାଇଓ୍ୱାକୁ ପିଟିଲା ଯାତ୍ରୀବାହୀ ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭  ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ଦୁର୍ଘଟଣା । ପୂର୍ବରୁ ଛିଡା ହୋଇଥିବା ହାଇଓ୍ୱାକୁ ପଛ ପଟୁ ପିଟିଛି ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୪ବସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪୦ ଯାତ୍ରୀ ।

ସୂଚନାନୁସାରେ ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ଏହି ଯାତ୍ରୀବାହି ବସ୍ ଟି ଚାରିଛକ ନିକଟରେ ଛିଡା ହୋଇଥିବା ଏକ ହାଇଓ୍ୱାକୁ ପଛ ପଟୁ ଧକ୍କା ଦେଇଥିଲା। ଏହା ଫଳରେ ୪ଜଣ ବସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୦ଯାତ୍ରୀ ।

ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ପୁରୁଣାକଟକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଆହତ ବସ୍‌ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed.