Latest Odisha News

BREAKING NEWS

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍; ୩ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ ରେ ଭର୍ତ୍ତି କରାଯାଇଛି ।

ଖବରମୁତାବକ, ‘ସାଲୁଙ୍କି’ ନାମକ ଏକ ଯାତ୍ରୀବାହୀ ବସ୍‌ ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଫିରିଙ୍ଗିଆ ନିକଟସ୍ଥ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବସ୍ ରେ ମୋଟ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ବସ୍ ତଳେ ଅନେକ ଯାତ୍ରୀ ଚାପି ହୋଇରହିଥିବାବେଳେ, ସ୍ଥାନୀୟ ଲୋକ, ଅଗ୍ନିଶମ କର୍ମଚାରୀ ଓ ପୋଲିସକର୍ମୀ ମାନଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ମତ୍ୟୁ ସଂଖ୍ୟା ବୃଦ୍ଧି ପାଇବାନେଇ ଆଶଙ୍କା ରହିଛି । ତେବେ ଅନ୍ଧାର ହୋଇଥିବା ରୁ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜୁଛି ।

 

Comments are closed.