Latest Odisha News

ଗୁମ୍ମା ଘାଟିରେ ଓଳଟିଲା ବସ୍‌, ୪ ପ୍ରବାସୀ ଶ୍ରମିକ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ୩୨୬ ନମ୍ବର ରାଜପଥ ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକକୁ ନେଇ ଯାଉଥିବା ଏକ ବସ୍ ଓଲଟିପଡିଛି । ଏଥିରେ ୪ ଶ୍ରମିକ ଗୁରୁତର ହୋଇଛନ୍ତି । ରାୟଗଡା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

ବସରେ ପ୍ରବାସୀ ଶ୍ରମିକମାନେ ବୌଦ୍ଧ ଓ ବଲାଙ୍ଗୀରରୁ ତାମିଲନାଡୁ ଯାଉଥିଲେ । ବସ୍‌ରେ ପ୍ରାୟ ୫୦ଜଣ ଶ୍ରମିକ ଥିଲେ । ଏହି ପ୍ରବାସୀ ଶ୍ରମିକମାନ ଗତ ଲକଡାଉନ ସମୟରେ ଓଡ଼ିଶାକୁ ପଳାଇଆସିଥିଲେ । ଲକଡାଉନ ଶେଷ ହେବା ପରେ ସେମାନେ ନିଜ କର୍ମସ୍ଥଳୀକୁ ଫେରୁଥିବା ଜଣାଯାଇଛି । ଏହି ସମୟରେ ବସଟ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲିଟି ପଡିଥିଲା ।

Leave A Reply

Your email address will not be published.