Latest Odisha News

BREAKING NEWS

ଯାତ୍ରୀବାହୀ ବସ୍‌ ଦୁର୍ଘଟଣା: କଣ୍ଡକ୍ଟର ମୃତ, ୧୫ ଆହତ

କଟକ: କନ୍ଧମାଳ ଲାଞ୍ଜିଗଡରୁ କଟକ ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ୍‌ର କଣ୍ଡକ୍ଟରଙ୍କ ମୃତ୍ୟୁ ହେବା ସହିତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକ ଢେଙ୍କାନାଳ ଜିଲ୍ଲା କହ୍ନେଇପାଳର ସୌମ୍ୟ ଦାସ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ବସ୍‌ଟି ଗାଡିଆପଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ବସ୍‌ କଣ୍ଡକ୍ଟର ସୌମ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ।

ଏସମ୍ପର୍କରେ ଖବର ପାଇ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପୁଲିସ ଗାଡିରେ ନେଇ ଖଜୁରୀପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନ୍ୟ ଯାତ୍ରୀମାନଙ୍କୁ ବିଭିନ୍ନ ବସ୍‌ରେ ଗନ୍ତବ୍ୟ ସ୍ଥଳକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା।

Comments are closed.