Latest Odisha News

BREAKING NEWS

ନଦୀକୁ ଖସିଲା ବସ, ୧୪ ଭାରତୀୟ ମୃତ

ନେପାଳ: ନେପାଳରେ ଅଘଟଣ ।  ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍‌ ନଦୀକୁ ଖସିପଡିଲା । ଫଳରେ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାର ନମ୍ବର UP(ଉତ୍ତରପ୍ରଦେଶ) FT 7623 ମାର୍ସାଙ୍ଗଗଡ଼ି ନଦୀକୁ ଖସିପଡିଛି । ଫଳରେ ସେଥିରେ ଯାଉଥିବା ସମସ୍ତ ଭାରତୀୟଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି ।

ତେବେ ଭାରତୀୟ ଯାତ୍ରୀ ମାନେ ପୋଖରାର ମଝେରି ରିସୋର୍ଟରେ ରହିଥିବା ବେଳେ ଆଜି ସକାଳେ ବସ ଯୋଗେ କାଠମାଣ୍ଡୁକୁ ଯାତ୍ର ଆରମ୍ଭ କରିଥିଲେ ।

Comments are closed.