ନୂଆଦିଲ୍ଲୀ: ଶୁକ୍ରବାର ଦିନ ମୋଗା ଜିଲ୍ଲାରେ ଦୁଇଟି ବସ୍ ଧକ୍କା ହେବା ଯୋଗୁ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ସଡକ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୋଗା ଜିଲ୍ଲାର ଲୋହରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ ନବଜୋତ ସିଦ୍ଧୁଙ୍କ ରାଜ୍ୟାଭିଷେକ ସମାରୋହରେ ଯୋଗଦେବା ପାଇଁ କିଛି କଂଗ୍ରେସ କର୍ମୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନେକ କର୍ମୀଙ୍କ ଏଥିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଆଜି ନବଜୋତ ସିଂ ସିଦ୍ଧୁ ପିସିସି ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ। ମୋଗାର ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Comments are closed.