Latest Odisha News

BREAKING NEWS

ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ : ୩୮ ଓଡିଆ ଶ୍ରମିକ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ର ଶ୍ରୀକାକୁଲମ ପାଇଡିଭୀମାବରମ୍ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ସହ ଶ୍ରମିକ ବୋଝେଇ ବସ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୩୮ ଓଡିଆ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପାଇଡିଭୀମାବରମ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ଆହତ ଶ୍ରମିକମାନଙ୍କୁ ଶ୍ରୀକାକୁଲମ୍ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଗଞ୍ଜାମ ଜିଲ୍ଲାରୁ ଶ୍ରମିକମାନେ କେରଳ ଯାଉଥିଲେ ।

Comments are closed.